କନକବ୍ୟୁରୋ :  ପୁଣି କ୍ରିକେଟ୍‌ ଜଗତରୁ ଆସିଲା ନିରାଶର ଖବର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି  । ରିପୋର୍ଟ ଅନୁସାରେ , ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ।  ଦୁଇ ସପ୍ତାହ ପୂର୍ବେ ବିରେନ୍ଦ୍ର ସେହୱାଗ ପଲକ୍କଡରେ ବିଶ୍ୱ ନାଗୟକ୍ଷୀ ମନ୍ଦିର ଯାଇଥିଲେ  । ଏହାର ଫଟୋ ତାଙ୍କର ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ହେଲେ , ସେଥିରେ ବି ଆରତୀ କେଉଁଠି ନଜର ଆସି ନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟ କିଛି ଠିକ ନଥିବା ଚର୍ଚ୍ଚା ହେଉଛି   । 

Advertisment

ଅଲଗା ହେବେ 
ସେହୱାଗ-ଆରତୀ!
୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେହୱାଗ ଓ ଆରତୀ 
ଏବେ ଉଭୟ ପରସ୍ପର ଠାରୁ ଇନଷ୍ଟାଗ୍ରାମରେ ଅନଫଲୋ କରି ଦେଇଛନ୍ତି
ଏଥିରେ ତାଙ୍କର ସଂପର୍କରେ ଫାଟ ସୃଷ୍ଟି ହେବାର ଖବର ସାମନାକୁ ଆସୁଛି
ଦୁହେଁ ଅନେକ ଦିନରୁ ଅଲଗା ଅଲଗା ରହୁଥିବା ଜଣାପଡିଛି 
ସେହୱାଗ ଓ ଆରତୀ ଛାଡ଼ପତ୍ର ନେବାର ସମ୍ଭାବନା ରହିଛି
ତାଙ୍କର ଦୁଇ ଜଣ ପିଲା ଅଛନ୍ତି
୨୦୦୭ରେ ଆର୍ଯ୍ୟବୀର ସେହୱାଗ ଓ ୨୦୧୦ରେ ବେଦାନ୍ତ ଜନ୍ମ ହୋଇଥିଲେ