କନକ ବ୍ୟୁରୋ : ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ତେଜୁଛି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ । ରାଜଧାନୀରେ ପୁଲିସ କରୁଛି କଣ, ଏନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଭରତପୁର ଥାନାରେ ସେନା ଓ ପୁଲିସ କଳି ପ୍ରସଙ୍ଗରେ ବିଜୟ ପଟ୍ଟନାୟକ ପ୍ରେସମିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜୟ ।
ବିଜୟ କହିଛନ୍ତି, ଘଟଣାକୁ ନେଇ ମୋ ମୁଣ୍ତ ତଳକୁ ହୋଇଯାଉଛି । କାହିଁକି ପୁଲିସ ଅଫିସରଙ୍କୁ ଗିରଫ କରାଯାଇନାହିଁ । ରୋଡ ସାଇଡ୍ ରୋମିଓକୁ କେବେ ଧରାଯିବ । ନାରୀ ଆଜି କାହିଁକି ଅସୁରକ୍ଷିତ । ରାଜଧାନୀରେ ଏବେ ପୁଲିସ କରୁଛି କଣ । ଜଣେ ବାପା ହିସାବରେ ମୁଁ ବହୁତ ଦୁଃଖିତ । ଗୋଟେ ଝିଅର ଛାତିରେ ପୁଲିସ ଗୋଇଠା ମାରିଛି । ଲୋକଙ୍କ ସୁରକ୍ଷା ଦାବିରେ ସରକାର ଅକ୍ଷମ ।
ସେ ଆହୁରି କହିଛନ୍ତି, ଡାକ୍ତର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରୀ । ବର୍ତ୍ତମାନ ସରକାରରେ ମହିଳାଙ୍କ ସଶକ୍ତିକରଣ କଥା କୁହାଯାଉଛି । ହେଲେ ଥାନାରେ ମହିଳାଙ୍କୁ ଅତ୍ୟାଚାର କରାଯାଉଛି । ଏଭଳି ଘଟଣାରେ ମୁଁ ବ୍ୟଥିତ । ନାଇଟ୍ ଓ ହାପପ୍ୟାଣ୍ଚ ପିନ୍ଧି ପୁଲିସ ଡ୍ୟୁଟି କରୁଛନ୍ତି । କ୍ରାଇମବ୍ରାଞ୍ଚ ଯାଏଁ କଥା କାହିଁକି ଗଲା । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/K4y6qQcvkcsFRpxJhPsm.jpg)