କନକ ବ୍ୟୁରୋ: କାଶ୍ମୀରକୁ ପୁଣି ଫେରିଲା ଧାରା ୩୭୦ ରାଜନୀତି । ଏକ ପୁସ୍ତକକୁ ନେଇ କାଶ୍ମୀର ରାଜନୀତିରେ ପୁଣି ଝଡ଼ ଉଠିଛି । ପୁସ୍ତକରେ ରହିଛି ଧାରା ୩୭୦ ଉଚ୍ଛେଦର କାହାଣୀ । ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦକୁ କରିଥିଲେ ସମର୍ଥନ ଯାହା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତ ତାଙ୍କ ନୂଆ ପୁସ୍ତକ ‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’ ରେ ଏପରି ଦାବି କରିଛନ୍ତି ।
ପୂର୍ବତନ ର’ ମୁଖ୍ୟଙ୍କ ପୁସ୍ତକକୁ ନେଇ କାଶ୍ମୀରରେ ଝଡ଼
ପୁସ୍ତକରେ ରହିଛି ଧାରା ୩୭୦କୁ ନେଇ ରୋଚକ ତଥ୍ୟ
ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତଙ୍କ ପୁସ୍ତକ ‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’
‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’ରେ ରହିଛି ଧାରା ୩୭୦ ଉଚ୍ଛେଦ ସତ
କାଶ୍ମୀରରେ ଧାରା ୩୭୦ର ଉଚ୍ଛେଦକୁ ସମର୍ଥନ କରିଥିଲେ ଏନ୍ସି ମୁଖ୍ୟ
କିନ୍ତୁ ଏହାକୁ ସର୍ବସାଧାରଣରେ ଲୋକ ଦେଖାଣିଆ ବିରୋଧ କରିଥିଲେ
କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଭିତିରିଆ ସମର୍ଥନ କରିଥିଲେ ଏନ୍ସି ମୁଖ୍ୟ ଫାରୁକ୍ ଅବଦୁଲ୍ଲା
ପୂର୍ବରୁ ଫାରୁକ ଅବଦୁଲ୍ଲା ସାର୍ବଜନୀନ ଭାଷଣରେ ଧାରା ୩୭୦ ଉଚ୍ଛେଦ ପାଇଁ ଏନ୍ଡିଏ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରିଥିଲେ, କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଏହାକୁ ସମର୍ଥନ କରିଥିଲେ ବୋଲି ଦୁଲତଙ୍କ ପୁସ୍ତକରେ ଦାବି ତେବେ ନ୍ୟାସନାଲ କନ୍ଫରେନ୍ସ ପକ୍ଷରୁ ପୂର୍ବତନ ‘ର’ ମୁଖ୍ୟଙ୍କ ଦାବିକୁ ଖଣ୍ଡନ କରାଯାଇଛି । ଅନ୍ୟପଟେ ଫାରୁକଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।