କନକ ବ୍ୟୁରୋ : ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବାବୁସାନଙ୍କୁ ଭିଡିଓ କଲ ମାଧ୍ୟମରେ ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନବୀନ। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଉତ୍ତମ। ଲିଭର ସିରୋସିସ ରୋଗରେ ପୀଡିତ ଥିବାରୁ ତାଙ୍କୁ ଭୁବନେଶ୍ବରରୁ ଏୟାରଲିଫ୍ଟ କରି ନିଆଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ କେମିତି ରହିଛି ତାହା ପଚାରି ବୁଝିଛନ୍ତି ନବୀନ ପଟ୍ଟନାୟକ। ସେପଟେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ ଯାଇ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ସୁଦ୍ଧା ଯଦିଓ ଉତ୍ତମଙ୍କୁ ଆଇସିୟୁରେ ରଖାଯାଇଛି। ତେବେ ଧିରେଧିରେ ସେ ସୁସ୍ଥ ହେଉଛନ୍ତି। ନିମୋନିଆରେ ବି ଆକ୍ରାନ୍ତ ହୋଇଥିବାରୁ ତାର ଚିକିତ୍ସା ମଧ୍ୟ ଚାଲିଛି।