ଭୂପେଶଙ୍କୁ ୧୨ ଘଣ୍ଟା ଜେରା ; ଇଡି ଜାଲରେ ପୁଣି ଛନ୍ଦି ହୋଇପଡିଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ

୧୨ଘଣ୍ଟାର ଜେରା, ପ୍ରତିକ୍ରିୟା ରଖିଲେ ଭୂପେଶ ବଘେଲ । ମାନସିକ ସ୍ତରରେ ଭାଙ୍ଗିବାକୁ ମିଛ ମାମଲାରେ ଫଶଯାଉଥିବା ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ । ସୋମବାର ବଘେଲ ଓ ପୁଅ ଚୈତନ୍ୟଙ୍କ ୧୪ ଠିକଣାରେ ପହଞ୍ଚିଥିଲା ଇଡି ।

ED++

ED++ Photograph: (KanakNews)

କନକ ବ୍ୟୁରୋ: ଇଡି ଜାଲରେ ପୁଣି ଛନ୍ଦି ହୋଇପଡିଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସୋମବାର ବଘେଲ ଓ ତାଙ୍କ ପୁଅ ଚୈତନ୍ୟଙ୍କ ୧୪ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ଭିତରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବଘେଲ । ବିଜେପି ଉପରେ ସିଧାଳସଳଖ ଅଭିଯୋଗ ଲଗାଇବା ସହ ତାଙ୍କୁ ମାନସକ ସ୍ତରରେ ଦୁର୍ବଳ କରିବାକୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ୨୦୨୦ ଝାଡଖଣ୍ଡ ନିର୍ବାଚନ ସମୟରେ ଠିକ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ଠୋସ୍ ପ୍ରମାଣ ଅଭାବରୁ ଇଡି ହାତ ବନ୍ଧା ହୋଇଛି । ଦୁର୍ଗ ଜିଲ୍ଲାର ଭିଲାଇ ସହରରେ ଥିବା ବଘେଲ ଦମ୍ପତିଙ୍କ ଘର ସମେତ ସେମାନଙ୍କ ସହ ଜଡିତ ଅତି କମ୍‌ରେ ୧୪ଟି ସ୍ଥାନରେ ଇଡି ଅଧିକାରୀମାନେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଛି ।

ଇଡି ଜାଲରେ ବଘେଲ ଓ ପରିବାର :


-ମନି ଲଡ୍ରିଂ ମାମଲାରେ ପୁଣି ବଘେଲଙ୍କ ଠିକଣାରେ ଚଢ଼ାଉ
-ପୁଅ ଚୈତନ୍ୟ ବଘେଲଙ୍କ ଘନିଷ୍ଠ ସହଯୋଗୀଙ୍କ ଠିକଣାରେ ଇଡି
-ମଦ ଦୁର୍ନୀତି ମାମଲାରେ ଅଡୁଆରେ ପଡ଼ିଛନ୍ତି ବଘେଲ ଓ ପରିବାର
-ରାଜ୍ୟ ରାଜକୋଷକୁ ବ୍ୟାପକ କ୍ଷତି ପହଞ୍ଚାଇଛି ଦୁର୍ନୀତି
-ମଦ ସିଣ୍ଡିକେଟ୍‌ରେ ଅଭିଯୁକ୍ତ ପ୍ରାୟ ୨୧୬୧ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ
-ଅଧିକାରୀଙ୍କ କହିବା ଅନୁସାରେ, ଚୈତନ୍ୟ ବଘେଲ ଏହି ଦୁର୍ନୀତିରୁ ମିଳିଥିବା ଅର୍ଥ ପାଇଥିଲେ 
-ବଘେଲଙ୍କ ବୟାନ, ଇଡି ଅଧିକାରୀମାନେ ତାଙ୍କ ଘରୁ ନଗଦ ୩୩ ଲକ୍ଷ ଟଙ୍କା ପାଇଛନ୍ତି
-ରେଡ୍ ପାଇଁ ଇଡି ପାଖରେ କୌଣସି ‌ସର୍ଚ୍ଚ ୱାରେଣ୍ଟ୍‌ ନାହିଁ
-ବିରୋଧୀଙ୍କୁ ହଇରାଣ କରିବା ପାଇଁ ବିଜେପିର ଏହା ଷଡ଼୍‌ଯନ୍ତ୍ରପୂର୍ଣ୍ଣ ରାଜନୀତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe