ପାକିସ୍ତାନ କ୍ରିକେଟରଙ୍କ ବଡ଼ ଅଭିଯୋଗ, କହିଲେ ପାକିସ୍ତାନ କ୍ରିକେଟ୍‌ ଅବନତି ପାଇଁ ଭାରତ ଦାୟୀ

ପୂର୍ବତନ ୱିକେଟକିପର ରସିଦ ଲତିଫ କହିଛନ୍ତି ପାକିସ୍ତାନ କ୍ରିକେଟ ଅବନ୍ନତି ଆଡକୁ ଗତି କରୁଛି କାରଣ ବିସିସିଆଇ ପାକିସ୍ତାନ କ୍ରିକେଟରଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଉନାହିଁ । ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକ୍ କ୍ରିକେଟରମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବାକୁ ନିଷେଧ କରାଯାଇଛି ।

pak

କନକ ବ୍ୟୁରୋ: ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ବଡ ପ୍ରତିକ୍ରିୟା । ପୂର୍ବତନ ୱିକେଟକିପର ରସିଦ ଲତିଫ କହିଛନ୍ତି ପାକିସ୍ତାନ କ୍ରିକେଟ ଅବନତି ଆଡକୁ ଗତି କରୁଛି କାରଣ ବିସିସିଆଇ ପାକିସ୍ତାନ କ୍ରିକେଟରଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଉନାହିଁ । ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକ୍ କ୍ରିକେଟରମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବାକୁ ନିଷେଧ କରାଯାଇଛି । ନ୍ୟୁଜିଲ୍ୟାଣ୍ଡ୍, ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶର କ୍ରିକେଟର ଆଇପିଏଲ ଖେଳୁଛନ୍ତି । ଏହି ଦେଶଗୁଡ଼ିକର ଖେଳାଳିମାନେ ଆଇପିଏଲକୁ ଆସି ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଖେଳୁଛନ୍ତି । ଆଇପିଏଲ୍‌ରେ ପ୍ୟାଟ୍ କମିନ୍ସ, ଜୋଫ୍ରା ଆର୍ଚର ଏବଂ କାଗିସୋ ରାବାଡାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବୋଲରମାନେ ଖେଳୁଛନ୍ତି । ଏବେ କ୍ରିକେଟ୍‌ରେ ପ୍ରତିଯୋଗିତା ଅଧିକ, ତେଣୁ ସେମାନେ ଉଚ୍ଚମାନର ସୁବିଧା ସହିତ ବହୁତ କିଛି ଶିଖିପାରିବେ । ଲତିଫ୍ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଆଫଗାନିସ୍ତାନ ଭଳି ଦଳ, ଯାହାକୁ ଥରେ ଦୁର୍ବଳ  ବୋଲି ବିବେଚନା କରାଯାଉଥିଲା, ସେମାନେ ଆଜି ଆଇପିଏଲ ଯୋଗୁଁ ଲାଭବାନ ହୋଇଛନ୍ତି । ଆଫଗାନିସ୍ତାନକୁ ଭାରତ ଗ୍ରେଟର ନୋଏଡାରେ ଏକ ଷ୍ଟାଡିୟମ ପ୍ରଦାନ କରିଛି ଯାହା ଦ୍ୱାରା ସେମାନେ ଦେଶ ବାହାରେ ବି ପ୍ରଶିକ୍ଷଣ ନେଇପାରିବେ । ଖାଲି ଏତିକି ନୁହେଁ ରସିଦ କହିଛନ୍ତି ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ଓ ନ୍ୟୁଜିଲ୍ୟାଣ୍ଡ୍‌ରେ ପାକିସ୍ତାନର ଶୋଚନୀୟ ପରାଜୟ ପାଇଁ ଆଇପିଏଲ ହିଁ ଦାୟୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe