କନକ ବ୍ୟୁରୋ : ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସେନାରୋଙ୍କୁ ସୁପ୍ରିମକୋର୍ଟ ଏକ ଷଡଯନ୍ତ୍ର ମାମଲାରେ ୨୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ଉପରେ ଅଭିଯୋଗ ଥିଲା କି ୨୦୨୨ ରେ ରାଷ୍ଟ୍ରପତି ନିର୍ବାଚନରେ ସେ ପରାଜିତ ହେବା ପରେ କ୍ଷମତାରେ ରହିବାକୁ ବିଜୟୀ ରାଷ୍ଟ୍ରପତି ଲୁଲା ଡି ସିଲବାଙ୍କ ସରକାର ଭାଙ୍ଗିଦେବାକୁ ଷଡଯନ୍ତ୍ର କରିଥିଲେ ।
ଶୁଣାଣି ସମୟରେ ବୋଲସେନାରୋଙ୍କ ଟିମ୍ କୋର୍ଟଙ୍କ ରାୟ ବିରୋଧରେ ଶେଷ ଆବେଦନ ବି କରିନାହାଁନ୍ତି । ଯାହାପରେ ବିଚାରପତି ଜଷ୍ଟିସ ଆଲେକଜାଣ୍ଡ୍ରେ ସୋରାଏସ ୨୭ ବର୍ଷର ଜେଲଦଣ୍ଡ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତିଙ୍କ ନିର୍ଦ୍ଦେଶ ମୁତାବକ ବୋଲସେନାରୋଙ୍କୁ ଏବେ ରାଜଧାନୀ ବ୍ରାଜିଲିଆର ଫେଡରାଲ ପୁଲିସ ହେଡକ୍ୱାଟରରେ ରଖାଯିବ । ସେପଟେ ଶନିବାର ଦିନ ସେ ଫେରାର ହେବା ଆଶଂକା କରି ତାକୁ ଗିରଫ କରାଯାଇଥିଲା ।
ଆହୁରି ପଢ଼ନ୍ତୁ -ଇଏ କି ଅଜବ ନିୟମ; ଭତ୍ତା ପାଇଁ ଅନ୍ୟର ମୃତ୍ୟୁକୁ ଅପେକ୍ଷା
ବ୍ରାଜିଲ ସରକାରୀ ଓକିଲଙ୍କ ତରଫରୁ ବୋଲସେନାରୋଙ୍କ ବିରୋଧରେ ଆସିଥିବା ଅଭିଯୋଗ ହେଉଛି । ସେ ସୁପ୍ରିମକୋର୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ରାଷ୍ଟ୍ରପତି ଲୁଲା ଡି ସିଲବା ଓ ବିଚାରପତି ଡି ମୋରାୟସଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ସେନା ସହାୟତାରେ ନିର୍ବାଚନ ଫଳାଫଳ ବଦଳାଇବାକୁ ଚେଷ୍ଟା କରିଥିଲେ ।
ଆହୁରି ପଢ଼ନ୍ତୁ - ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏନଆଇଏକୁ ବଡ ସଫଳତା ; ୭ ନମ୍ବର ଆତଙ୍କୀ ଗିରଫ
ସେପଟେ ରାୟ ପରେ ବୋଲସେନାରୋଙ୍କ ଓକିଲ ଗୁହାରି କରିଥିଲେ କି ସ୍ୱାସ୍ଥ୍ୟଗତ କାରଣରୁ ବୋଲସେନାରୋଙ୍କୁ ଗୃହବନ୍ଦୀ କରାଯାଉ । ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।
କେବଳ ପୂର୍ବତନ ରାଷ୍ଟ୍ରପତି ନୁହଁନ୍ତି ଏହି ମାମଲାରେ ଜେନରାଲ ଅଗଷ୍ଟୋ ହେଲେନେ ଓ ପୂର୍ବ ସୈନ୍ୟ ଅଧିକାରୀ ପାଓଲ ସର୍ଜିଓ ନୋଧୁଏରାଙ୍କୁ ବ୍ରାଜିଲିଆର ମିଲିଟାରୀ ସେଣ୍ଟର ପଠାଯାଇଛି । ପୂର୍ବ ବିଚାରପତି ତଥା ମନ୍ତ୍ରୀ ଏଣ୍ଡରସନ୍ ଟୋରେସଙ୍କୁ ପୁପୁଡ଼ା ଜେଲକୁ ପଠାଯାଇଛି । ପୂର୍ବ ପ୍ରତିରକ୍ଷାମନ୍ତ୍ରୀ ଓ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିବା ବୋଲ୍ଟର ବ୍ରାଗା ନୋଟୋଙ୍କୁ ରିୟୋ ଡି ଜେନେରିୟୋଙ୍କୁ ସୈନ୍ୟ ସୁବିଧାରେ ରଖାଯାଇଛି । ସାଂସଦ ତଥା ପୂର୍ବ ଗୁଇନ୍ଦା ଅଧିକାରୀ ଆଲେକଜାଣ୍ଡ୍ରେ ରାମଜେନ ଆମେରିକା ପଳାଇ ଯାଇଛନ୍ତି ।
Follow Us