କନକ ବ୍ୟୁରୋ: ଆଜି ବିଜେପିରେ ମିଶିପାରନ୍ତି ପୂର୍ବତନ ବିଜେଡି ନେତ୍ରୀ ସୁନନ୍ଦା ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିବା ନେଇ ବଢିଲା ଚର୍ଚ୍ଚା । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ କିଛିିଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯାଇନଥିବାରୁ ଅସନ୍ତୋଷ ହୋଇ ବିଜେଡି ଛାଡିଥିବା କଥା ସେ କହିଥିଲେ । ଏହାସହ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା କଥା ଗଣମାଧ୍ୟମରେ ପ୍ରକାଶ କରିଥିଲେ ।