ପଦ୍ମ ଧରିବେ ବରୀର ପୂର୍ବତନ ବରୀ ବିଧାୟିକା ! ଗତକାଲି ସୁନନ୍ଦା ଦାସ ବିଜେଡି ଛାଡ଼ିଥିଲେ ।

ଆସନ୍ତା ୩ ତାରିଖରେ ସେ ବିଜେପିରେ ମିଶିବେ ସୁନନ୍ଦା ଦାସ । ଦଳୀୟ କାର୍ଯ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା ।

Sunanda

କନକ ବ୍ୟୁରୋ: ପଦ୍ମ ଧରିବେ ବରୀର ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ବାବଦରେ ଆଲୋଚନା ବି ଶେଷ ହୋଇଛି । ଆସନ୍ତା ୩ ତାରିଖରେ ସେ ବିଜେପିରେ ମିଶିବେ । ଗତକାଲି ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳୀୟ କାର୍ୟ୍ୟକ୍ରମରେ କୋଣଠେସା କରାଯିବା ସହ ଦଳ ତାଙ୍କୁ ଅଣଦେଖା କରୁଥିବାରୁ ବାଧ୍ୟ ହୋଇ ବିଜେଡି ଛାଡିଥିବା କହିଥିଲେ ସୁନନ୍ଦା । ୨୦୧୯ରେ ବିଜେଡି ଟିକେଟରେ ବରୀରୁ ବିଧାୟିକା ହୋଇଥିଲେ ସୁନନ୍ଦା । ତେବେ ୨୦୨୪ରେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ ସୁନନ୍ଦା । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା ଦଳ । 

ନିର୍ବାଚନ ଫଳାଫଳର ୫ ମାସ ବିତି ଯାଇଥିଲେ ମଧ୍ୟ ଦଳ ତାଙ୍କର ଗୁରୁତ୍ୱ ଅନୁଭବ ନ କରିବାକୁ ଇସ୍ତଫା ଦେଇଥିବା କଥା କହିଥିଲେ ସୁନନ୍ଦା । ଏହାପରେ ବିସ୍ଫୋରକ ବୟାନ ଦେଇଥିଲେ ସୁନନ୍ଦା ଦାସ । ସେ କହିଥିଲେ ବିଜେଡିକୁ ଅଫିସର ଚଳାଉଥିଲେ । କିଏ ଟିକେଟ ପାଇବେ ଅଫିସର ନିଷ୍ପତି ନେଉଥିଲେ । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦୁଇ ସରକାରୀ ଅଫିସର ଡି.ଏସ କୁଟ୍ଟେ ଓ ଆଶିଷ ସିଂଙ୍କୁ କରିଥିଲେ ଟାର୍ଗେଟ । ଟିକେଟ୍ ବଣ୍ଟନରେ ଏମାନଙ୍କ ଭୂମିକା ଥିବା ଦର୍ଶାଇଥିଲେ ସୁନନ୍ଦା । ଏପରିକି ବିଜେଡି ଆଗକୁ ଯଦୁବଂଶ ଭଳି ଧ୍ୱଂସ ହୋଇଯିବ ବୋଲି କହିବାକୁ ପଛାଇନଥିଲେ ସୁନନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe