କନକ ବ୍ୟୁରୋ : ଟି-ସାର୍ଟ ବାଣ୍ଟି ଉଡ଼ାଇଦେଲେ ୧୪କୋଟି ଟଙ୍କା । ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇ ଥିଲା ପୂର୍ବ ବିଜେଡ଼ି ସରକାର । କେବଳ ଟି-ସାର୍ଟ ବାଣ୍ଟି ୧୪କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡ଼ି ସରକାର । କ୍ରୀଡ଼ା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା । ଜିଲ୍ଲାସ୍ତରୀୟ ଉତ୍ସବରେ ୭୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର । କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬କୋଟି ଟଙ୍କା । ‘ନୂଆ ଓ’ କାର୍ଯ୍ୟକ୍ରମରେ ପୂର୍ବ ସରକାର ଖର୍ଚ୍ଚ କରିଛନ୍ତି ମୋଟ ୨୬୧କୋଟି ୬୩ଲକ୍ଷ ୨୨ହଜାର ୧୩୦ଟଙ୍କା । ଏନେଇ ଗୃହରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଉତ୍ତର ରଖିଛନ୍ତି । ତେବେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ।
‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲେ ପୂର୍ବ ବିଜେଡ଼ି ସରକାର : କେବଳ ଟି-ସାର୍ଟ ବାଣ୍ଟି ଉଡ଼ାଇଛନ୍ତି ୧୪କୋଟି
‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇ ଥିଲା ପୂର୍ବ ବିଜେଡ଼ି ସରକାର । କେବଳ ଟି-ସାର୍ଟ ବାଣ୍ଟି ୧୪କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡ଼ି ସରକାର ।
/kanak/media/media_files/2025/09/19/14-crore-2025-09-19-16-10-06.jpg)