ରାତି ୩ଟାରେ ଦେଶ ଛାଡିଲେ ବାଂଲାଦେଶ ପୂର୍ବତନ ରାଷ୍ଟ୍ରପତି ଅବଦୁଲ ହମିଦ : ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା

Advertisment

ବାଂଲାଦେଶରେ ତାଲିବାନି  ନିୟମ  ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କୁ ବଡ଼ ଝଟକା ଦେଇଛି

ବାଂଲାଦେଶରେ ତାଲିବାନି  ନିୟମ  ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କୁ ବଡ଼ ଝଟକା ଦେଇଛି

RATI 3RE

Photograph: (kanaknews)

କନକବ୍ୟୁରୋ : ବାଂଲାଦେଶରେ ତାଲିବାନି  ନିୟମ  ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କୁ ବଡ଼ ଝଟକା ଦେଇଛି  ।  ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଦଳ ଆୱାମୀ ଲିଗ୍‌ର ସମସ୍ତ କାର୍ଯ୍ୟକଳାପ ଉପରେ ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ପ୍ରତିବନ୍ଧକ ଲଗାଇଛନ୍ତି  ।  ଅନ୍ୟପଟେ ଦେଶ ଛାଡିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ  ।   ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ତାଲିବାନି ଶାସନ ।  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ଉପରେ ରୋକ ଲଗାଇଛନ୍ତି ୟୁନୁସ ।  

ଏହି ପ୍ରତିବନ୍ଧକ ଆୱାମୀ ଲିଗ୍‌ ଏବଂ ତାଙ୍କ ନେତାଙ୍କ ବିରୁଦ୍ଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ମାମଲା ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ । ୨୦୨୪ ଜୁଲାଇରେ ଛାତ୍ର ଆନ୍ଦୋଳନ ସମୟରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟଣାରେ ଦଳର ଭୂମିକାକୁ ନେଇ ଏହି ପଦକ୍ଷେପ ନିଆଯାଇଛି ।  ଆଓ୍ଵାମୀ ଲିଗ୍‌ ଏହି ନିଷ୍ପତ୍ତିକୁ “ଅବୈଧ” ଓ “ଅଗଣତାନ୍ତ୍ରିକ” ବୋଲି ନିନ୍ଦା କରି ନିଜର ରାଜନୈତିକ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି  । ବାଂଲାଦେଶର ନିର୍ବାଚନ କମିସନ ଏହି ପ୍ରତିବନ୍ଧକ ପରେ ଆୱାମୀ ଲିଗକୁ ରଦ୍ଦ କରିବା ପାଇଁ ବିଚାର କରୁଛି  ।  ଏହି ଘଟଣା ବାଂଲାଦେଶର ରାଜନୈତିକ ପରିବେଶକୁ ଆହୁରି ଜଟିଳ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe