କନକବ୍ୟୁରୋ : ବାଂଲାଦେଶରେ ତାଲିବାନି  ନିୟମ  ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ  ହସିନାଙ୍କୁ ବଡ଼ ଝଟକା ଦେଇଛି  ।  ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଦଳ ଆୱାମୀ ଲିଗ୍‌ର ସମସ୍ତ କାର୍ଯ୍ୟକଳାପ ଉପରେ ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ପ୍ରତିବନ୍ଧକ ଲଗାଇଛନ୍ତି  ।  ଅନ୍ୟପଟେ ଦେଶ ଛାଡିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ  ।   ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ତାଲିବାନି ଶାସନ ।  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ଉପରେ ରୋକ ଲଗାଇଛନ୍ତି ୟୁନୁସ ।  

Advertisment

ଏହି ପ୍ରତିବନ୍ଧକ ଆୱାମୀ ଲିଗ୍‌ ଏବଂ ତାଙ୍କ ନେତାଙ୍କ ବିରୁଦ୍ଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ମାମଲା ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ । ୨୦୨୪ ଜୁଲାଇରେ ଛାତ୍ର ଆନ୍ଦୋଳନ ସମୟରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟଣାରେ ଦଳର ଭୂମିକାକୁ ନେଇ ଏହି ପଦକ୍ଷେପ ନିଆଯାଇଛି ।  ଆଓ୍ଵାମୀ ଲିଗ୍‌ ଏହି ନିଷ୍ପତ୍ତିକୁ “ଅବୈଧ” ଓ “ଅଗଣତାନ୍ତ୍ରିକ” ବୋଲି ନିନ୍ଦା କରି ନିଜର ରାଜନୈତିକ କାର୍ଯ୍ୟ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି  । ବାଂଲାଦେଶର ନିର୍ବାଚନ କମିସନ ଏହି ପ୍ରତିବନ୍ଧକ ପରେ ଆୱାମୀ ଲିଗକୁ ରଦ୍ଦ କରିବା ପାଇଁ ବିଚାର କରୁଛି  ।  ଏହି ଘଟଣା ବାଂଲାଦେଶର ରାଜନୈତିକ ପରିବେଶକୁ ଆହୁରି ଜଟିଳ କରିଛି ।