କନକ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ ହେବ । ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସ୍ଥାନ ନିରୁପଣ କରାଯାଇଥିବ ଆଜି ଅପରାହ୍ନରୁ ସେଠାରେ ଫର୍ମ ସଂଗ୍ରହ କରାଯିବ । ଏହା ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

ଅନ୍ୟପଟେ ସୁଭଦ୍ରା ଯୋଜନା ସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଏକ ୱେବ୍ ପୋଟାଲର ଶୁଭାରମ୍ଭ କରାଯାଇଛି । www.subhadra.odisha.gov.in ରେ ଲଗଇନ୍ କଲେ ସୁଭଦ୍ରା ଯୋଜନା ସମ୍ପର୍କୀତ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ । ଯୋଜନା ସମ୍ପର୍କୀତ ନୂଆ ଘୋଷଣା ମଧ୍ୟ ୱେବ ପୋଟାଲରେ ଉପଲବ୍ଧ ହେବ । ଏହାଛଡ଼ା ଟୋଲ ଫି ନମ୍ବର ୧୪୬୭୮ରେ କଲ୍ କରିହେବ । ଏହା ସକାଳ ୬ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ଷମ ରହିବ । ତେବେ ପ୍ରଥମ କିସ୍ତିରେ ସମସ୍ତ ଆବେଦନକାରୀ ମହିଳାଙ୍କୁ ଏହି ଟଙ୍କା ମିଳିବନି । କେବଳ ୧୦ରୁ ୨୦ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । 

କେମିତି କରିବେ ଫର୍ମ ଦାଖଲ?

  • ଅପରାହ୍ନରୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା
  • ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ
  • ଜିଲ୍ଲାପାଳ ଅନୁମତି ଦେଇଥିବା ସ୍ଥାନରେ ଫର୍ମ ସଂଗ୍ରହ କରାଯିବ
  • ଫର୍ମ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ    
  • ସୁଭଦ୍ରା ଯୋଜନା ସମ୍ପର୍କରେ ଜାଣିବା ପାଇଁ ରହିଛି ୱେବ୍ ପୋଟାଲ
  • www.subhadra.odisha.gov.in ରେ ଲଗଇନ୍ କରିହେବ
  • ଯୋଜନା ସମ୍ପର୍କୀତ ନୂଆ ଘୋଷଣା ପୋର୍ଟାଲରେ ଉପଲବ୍ଧ ହେବ
  • ଟୋଲ ଫି ନମ୍ବର ରହଛି ୧୪୬୭୮
  • ଏହା ସକାଳ ୬ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ଷମ ରହିବ
  • ପ୍ରଥମ କିସ୍ତିରେ ୧୦ରୁ ୨୦ ଲକ୍ଷ ମହିଳାଙ୍କୁ ମିଳିବ ଟଙ୍କା
  • ହିତାଧିକାରୀମାନେ ୫ ବର୍ଷରେ ୫୦ ହଜାର ଟଙ୍କା ପାଇବେ
  • ବର୍ଷକୁ ଦୁଇଥର ଯୋଜନାର କିସ୍ତି ଟଙ୍କା ମିଳିବ
  • ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସରେ ୫ ହଜାର ମିଳିବ
  • ରାକ୍ଷୀପୂର୍ଣ୍ଣିମାରେ ଆଉ ୫ ହଜାର ଟଙ୍କା ମିଳିବ
  • ସେପ୍ଟେମ୍ବର ୧୭ରେ ପ୍ରଥମ କିସ୍ତି ପ୍ରଦାନ କରାଯିବ
  • ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ