କନକବ୍ୟୁରୋ : ପ୍ୟାକ୍‌ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରାଥମିକ କୃଷି ସମବାୟ ସମିତି  ଏବଂ ବୃହତକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତିର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆଣିବା ପାଇଁ ସମବାୟ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି ।  ୮ ଶହ ୮୫ଟି ପ୍ୟାକ୍‌ସ ତଥା ଲ୍ୟାମ୍ପସ୍ ପାଇଁ ପ୍ରାଥମିକ ପର୍ଯ୍ୟୟ  ମୋଟ୍ ୧୦୨ କୋଟି ୩୯ ଲକ୍ଷ ୩୩ ହଜାର ଟଙ୍କା ଯୋଗାଇ ଦିଆଯାଇଛି ।

Advertisment

ଏହି ଅର୍ଥରେ ୬୪୫ ଗୋଟି ସମିତି ୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ସହ ନିଜସ୍ୱ କାର୍ଯ୍ୟଳୟ ନିର୍ମାଣ କରିବେ । ଏହାସହ  ୨୪୦ ଗୋଟି ସମିତି ନିଜସ୍ୱ କାର୍ୟ୍ୟାଳୟ ନିର୍ମାଣ କରିବେ  । ଅନ୍ୟପଟେ ନୂତନ ପ୍ୟାକ୍‌ସ, ଲ୍ୟାମ୍ପସ୍ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ପ୍ରସ୍ତାବ ମଧ୍ୟ ଦେଇପାରିବେ । ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।