ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେଲା ପଞ୍ଜିକରଣ । ଗାଁ ଗାଁ ବୁଲି ମହିଳାଙ୍କୁ ଫର୍ମ ବାଣ୍ଟିଲେ ଅଙ୍ଗନବାଡୀ କର୍ମୀ

Advertisment

ପଶିକ୍ଷଣ ଶିବିରରେ ଅଙ୍ଗନବାଡି କର୍ମୀ, ୱାର୍ଡ ଅଫିସର, ଆଶା କର୍ମୀ, ସିଏଚସି ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି। ଶତାଧିକ ସଦସ୍ୟଙ୍କୁ ବିଏମସିର ଅତିରିକ୍ତ କମିଶନର, ଡେପୁଟି କମିଶନର ସେମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। କିପରି ଫର୍ମ ବାଣ୍ଟିବେ, ଫିଲ୍ ଅପ କରିବେ।

ପଶିକ୍ଷଣ ଶିବିରରେ ଅଙ୍ଗନବାଡି କର୍ମୀ, ୱାର୍ଡ ଅଫିସର, ଆଶା କର୍ମୀ, ସିଏଚସି ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି। ଶତାଧିକ ସଦସ୍ୟଙ୍କୁ ବିଏମସିର ଅତିରିକ୍ତ କମିଶନର, ଡେପୁଟି କମିଶନର ସେମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। କିପରି ଫର୍ମ ବାଣ୍ଟିବେ, ଫିଲ୍ ଅପ କରିବେ।

818

କନକ ବ୍ୟୁରୋ : ସୁଭଦ୍ରା ଯୋଜନାରେ କେମିତି କରିବେ ପଞ୍ଜିକରଣ। ଏନେଇ ବିଏମସି ପକ୍ଷରୁ ଆଜି ପ୍ରଶିକ୍ଷଣ ଦିଆଯାଇଛି। ପଶିକ୍ଷଣ ଶିବିରରେ ଅଙ୍ଗନବାଡି କର୍ମୀ, ୱାର୍ଡ ଅଫିସର, ଆଶା କର୍ମୀ, ସିଏଚସି ସଦସ୍ୟମାନଙ୍କୁ ଟ୍ରେନିଂ ଦିଆଯାଇଛି। ଶତାଧିକ ସଦସ୍ୟଙ୍କୁ ବିଏମସିର ଅତିରିକ୍ତ କମିଶନର, ଡେପୁଟି କମିଶନର ସେମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। କିପରି ଫର୍ମ ବାଣ୍ଟିବେ, ଫିଲ୍ ଅପ କରିବେ। ଫିଲଅପ ପରେ କେମିତି ଅନଲାଇନରେ ଅପଲୋଡ କରିବେ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି।
ସୁଭଦ୍ରା: ପଞ୍ଜିକରଣ କରିବେ କେମିତି?
କମ୍ୟୁନିଟି ସେଣ୍ଟର, ଅଙ୍ଗନବାଡ଼ି ଓ ଜନସେବା କେନ୍ଦ୍ରରେ ମିଳିବ ଫର୍ମ
ଫର୍ମ ପୂରଣ କରି ଏଠାରେ ଜମା କରିପାରିବେ ଆବେଦନକାରୀ
ଫର୍ମ ନେବାବେଳେ ଆଧାର କାର୍ଡରେ ଜନ୍ମ ତାରିଖ ଓ ମାସ ରହିବା ଜରୁରୀ
ଫର୍ମ ପୂରଣ ପରେ ତିନିଟି ପର୍ୟ୍ୟାୟ ରହିଛି
ୱାର୍ଡର ନୋଡାଲ ଅଫିସରମାନେ ଫର୍ମ ରିସିଭ କରିବେ
କମ୍ୟୁନିଟି ସେଣ୍ଟର ଓ ଜନସେବା କେନ୍ଦ୍ରରେ ଅନଲାଇନ ଫର୍ମ ପୂରଣ ହେବ 
ଅନଲାଇନ ଫର୍ମ ସବମିଟ୍ ହୋଇଗଲେ ଆବେଦନକାରୀଙ୍କ ମୋବାଇଲକୁ ମେସେଜ ଆସିବ
ମହିଳାମାନେ ନିଜେ ଆସି ଫର୍ମ ନେବାକୁ ପଡ଼ିବ 
ପୁରୁଷମାନେ ମହିଳାଙ୍କ ପାଇଁ ଫର୍ମ ନେଇପାରିବେ ନାହିଁ
ସେପ୍ଟେମ୍ବର ୧୭ ତାରିଖ ପରେ ଅନଲାଇନ୍ ଆବେଦନ ଆରମ୍ଭ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe