ସ୍ମୃତି ତୁମେ ଶ୍ରାବଣ ରାତି .. ଅଦେଖା ଚଇତି ଛୁଆଁ ..
ଅସଜଡ଼ା ଘର ସାଉଁଟୁ ସାଉଁଟୁ କାନରେ ଯେତେବେଳେ ଖୋକା ଭାଇଙ୍କ ସ୍ମୃତି ତୁମେ ଗୀତଟି ବାଜିଲା ମନଟା କାଇଁ ଫ୍ଲାସବାକରେ ଚାଲିଗଲା । ପିଲାଦିନର କେତେ ଯେ ଅଭୁଲା ସ୍ମୃତି ମନର ବାୟୋସ୍କୋପରେ ରିଲ୍ ହୋଇଚାଲିଲା । ଟିଣ ଆଲମାରୀରେ ଲୁଗା ସାଇତି ରଖୁ ରଖୁ ଦୁଲ୍ କରି କ’ଣ ଗୋଟେ ପଡ଼ିଲା ଭଳି ଲାଗିଲା । ଆଲମାରୀ ତଳକୁ ମୁଣ୍ଡ ନୁଆଁଇ ଦେଖିଲା ବେଳକୁ ଖୋଲା ହୋଇପଡ଼ିଛି ସ୍ମୃତିର ଡାଏରୀ ଆମ ‘ପୁରୁଣା ଆଲବମ୍’ । 

Advertisment

fgtedr

ବଡ଼ମାନେ କହିଯାଇଛନ୍ତି , ବାବୁରେ ସମୟ ସହିତ ତାଳ ଦେଇ ଚାଲିବୁ ନହେଲେ ପଛରେ ପଡିଯିବୁ । ଆଜିର ଏଆଇ , ଡିଜିଟାଲ୍ ଯୁଗରେ ଆମେ ମଧ୍ୟ ଆଧୁନିକତାର ତାଳରେ ତାଳ ଦେଇ ଚାଲିଛୁ । ଆଉ ସ୍ମତିର ପାଦଚିହ୍ନକୁ ସାଇତିବା ପାଇଁ ମୋବାଇଲ୍ , ଟାବଲେଟ୍ ଭଳି ଗ୍ୟାଜେଟର ସାହାଯ୍ୟ ନେଉଛୁ । ଆମେ ସ୍ମୃତିର ପାଦଚିହ୍ନ କହିଲେ ଆପଣ ଫଟୋଚିତ୍ର ବୋଲି ଭାବିବେ ଆଜ୍ଞା । ଏ ଟେକନିକାଲ୍ ଯୁଗ ଫଟୋ ଉତ୍ତୋଳନକୁ ଭାରି ସରଳ କରିଦେଇଛି । ଦଳେ ଥାଆନ୍ତୁ କି ଜଣେ ହାତରେ ଯଦି ମୋବାଇଲ୍ ଥିବ ଖିଚିକ୍ କରି ସେଲ୍ଫି ଉଠାଇଦେବେ ଆଉ ଆପଣଙ୍କ ଫୋନରେ ସାଇତା ହୋଇ ରହିଯିବ ସେ ସମୟର ଅଭୁଲା ମୁହୂର୍ତ୍ତ ଯାହାକୁ ପରେ ଦେଖି ଆପଣ ମୁଚୁକୁନ୍ଦା ହସଟେ ହସୁଥିବେ । 

fdgedgrergre

ଫଟୋ ଉତ୍ତୋଳନ ଏବେ ସିନା ସରଳ ହୋଇଗଲା କିନ୍ତୁ ୨୦ – ୨୫ ବର୍ଷ ପଛକୁ ଯଦି ଯିବେ ସେତେବେଳର ଫଟୋ ଷ୍ଟୁଡିଓ , ସିନେରୀ ଲଗା ପରଦାରେ ସାଙ୍ଗସାଥୀଙ୍କ ସହ କାନ୍ଧରେ ହାତ ପକାଇ ଯେଉଁ ଫଟୋ ଉଠାଯାଉଥିଲା ତାହା ଏବେ ବି ମନେପଡ଼ିଲେ ପିଲାଦିନଟା କେମିତି ଲୁଚକାଳି ଖେଳିଲା ପରି ଲାଗେ । ଆଉ ମନର ସେ ଲୁଚକାଳି ଖେଳରେ ରଙ୍ଗ ଭରିଦିଏ ପୁରୁଣା ଆଲବମ୍ । 

rfdgertfetf

ଷ୍ଟୁଡିଓରେ ଫଟୋ ଉଠୁଥିଲା , ୫ ରୁ ୬ ଦିନ ପରେ ନେଗେଟିଭ୍ ସହ ଫଟୋ ଷ୍ଟୁଡିଓରୁ ଯାଇ ଆଣିବାକୁ ପଡୁଥିଲା ଆଉ ଆଲବମର ସୁନ୍ଦର କାନ୍ଥରେ ସଜେଇ ହୋଇ ରହୁଥିଲା ଆମର ସେ ସୁନ୍ଦର ଫଟୋ । ଆଜି ଆଲବମର ସ୍ଥାନ ନେଇଛି ମୋବାଇଲ୍ ଫୋନ୍ । ସେତେବେଳର ସେ ହିରୋ-ହିରୋଇନଙ୍କ ଫଟୋ ଲଗା ଆଲବମ୍ କାଇଁ ଆଉ କୋଉଠି ଦେଖିବାକୁ ମିଳୁନି । ବଜାରରେ ବିକ୍ରି ହେଉଥିଲେ ହେଁ ଆଲବମ୍ କିଣିବା ପାଇଁ ଗ୍ରାହକ ଅମଙ୍ଗୁଛନ୍ତି । ଫୋନରେ ତ ସବୁ ଫଟୋ ଷ୍ଟୋର୍ ହେଉଛି ଆଲବମରେ ଫଟୋ , ନେଗେଟିଭ୍ ରଖିବାର ତାମସା କିଏ କରିବ ?

gfhgtertgerg

ପୁରୁଣା ଫଟୋ ଷ୍ଟୁଡିଓ ବି ଅପଡେଟ୍ ହେଲାଣି ଆଉ ସେ କ୍ୟାମେରା ନାହିଁ ଯେଉଁଥିରୁ ନେଗେଟିଭ୍ ରିଲ୍ ବାହାରୁଥିଲା । ସିନେରୀ ଷ୍କ୍ରିନରେ ଉଈ ଲାଗିଲେଣି , ଏବେ ଷ୍କ୍ରିନର ଜାଗା ଡିଜିଟାଲ୍ ମ୍ୟାଜିକ ନେଇଛି । ମୁନିଗୁଡାରେ ବସି ଫଟୋ ଉଠାଇ ଏଡିଟ୍ କରିଦେଲେ ୧୦ ସେକେଣ୍ଡରେ ମନାଲୀରେ ଥିଲା ଭଳି ଫଟୋ ଉଠିଯାଉଛି । ଆଉ ଷ୍ଟୁଡିଓର , ଫଟୋର ଏବଂ ଆଲବମ୍ ର କ’ଣ ଦରକାର । କିନ୍ତୁ ଓଲ୍ଡ ଇଜ୍ ଗୋଲ୍ଡ ଆଜ୍ଞା , ପିଲାବେଳର ସେ ସ୍ମୃତି କ’ଣ ଆଜି ମୋବାଇଲ ଫୋନ୍ ରଖିପାରିଥାନ୍ତା? ସାବଧାନତାର ସହ ମୋବାଇଲ୍ ବ୍ୟବହାର କରୁଥିଲେ ବ୍ୟାକଅପ୍ ମାରି ଫଟୋ ସୁରକ୍ଷିତ ରଖିଦେବା କିନ୍ତୁ ଅସାବଧାନତା ହେଲେ ଅଭୁଲା ମୂହୁର୍ତ୍ତ ସବୁ ଗୋଟିଏ କ୍ଲିକରେ ଉଡିଯିବେ ଆଉ ସେତେବେଳେ ଭାରି ମନେପଡ଼ିବ ପୁରୁଣା ଆଲବମ୍ କଥା । 

ଏ ପ୍ରସଙ୍ଗକୁ ଆଗକୁ ଆଣିବାର ଆମର ଗୋଟିଏ ଉଦ୍ଦେଶ୍ୟ ପଛକୁ ଟିକେ ବୁଲି ଚାହିଁବାକୁ .. ଧାଁଦଉଡ଼ ଜୀବନରେ ଆମେ ଏତେ ଆଗେଇ ଚାଲିଛେ ଯେ ପଛକୁ ବୁଲି ଥରୁଟିଏ ଦେଖିବା ପାଇଁ ଆମ ପାଖରେ ସମୟ ନାହିଁ । କ୍ୟାରିୟର୍ ପାଇଁ ଯେମିତି ଘର ଛାଡ଼ିବାକୁ ପଡୁଛି ଠିକ୍ ସେମିତି ଟେକ୍ନୋଲଜି ପାଇଁ ଆମର ପୁରୁଣା ସ୍ମୃତିର ଫର୍ଦ୍ଦ ଆଲବମକୁ ଭୁଲିବାକୁ ପଡୁଛି । ଆପଣ ଯଦି ଆମ କଥା ଶୁଣୁଥିବେ ତା’ହେଲେ ଆଜି ଆଲମାରୀରୁ ଆଲବମ୍ ବାହାର କରି ଅତୀତର ଫଟୋ ସବୁକୁ ଦେଖିବେ ଆଉ ଗ୍ୟାରେଣ୍ଟିର ସହ କହୁଛୁ ଆଜ୍ଞା ଲୁଚିଥିବା ପିଲାବେଳଟା ଯଦି ମୁଣ୍ଡ ନ ଉଠାଇ ହସିବ କହିବେ ..

drfgertfwerf