କନକ ବ୍ୟରୋ : ସ୍ମାର୍ଟସିଟି ଭୁବନେଶ୍ବରରେ ମାଳମାଳ ସ୍ମାର୍ଟ ବସଷ୍ଟପ୍। କିନ୍ତୁ କିଛି ସୁବିଧା ନାହିଁ । ବିଶେଷକରି ପାନୀୟଜଳ ମିଳୁନି । ସରକାର ବସଷ୍ଟପ୍ ନିର୍ମାଣ କରି ଭୁଲି ଯାଇଛନ୍ତି। ହଇରାଣ ହେଉଛନ୍ତି ଯାତ୍ରୀ । କିଛି ସ୍ଥାନରେ ପାନୀୟଜଳ ପାଇଁ ବ୍ୟବସ୍ଥା ଥିଲେ ବି ପାଣି ଆସୁନି। ଏବେଠାରୁ ଏମିତି, ଖରାଦିନେ ସ୍ଥିତି ଅସମ୍ଭାଳ ହୋଇଯିବ।
ସ୍ମାର୍ଟସିଟି । ସ୍ମାର୍ଟ ବସଷ୍ଟପ୍ । କିନ୍ତୁ ସ୍ମାର୍ଟ୍ ନୁହେଁ ବ୍ୟବସ୍ଥା। ମିଳୁନାହିଁ ପାନୀୟଜଳ ।... ଯାତ୍ରୀ ଆସୁଛନ୍ତି। ବସ୍ ଆସୁଛି, ଯାଉଛି। କିନ୍ତୁ ଯାତ୍ରୀଙ୍କ ଭଲମନ୍ଦ ବୁଝିବାକୁ କେହିନାହିଁ। ବସକୁ ଅପେକ୍ଷା କରୁଥିବା ଯାତ୍ରୀ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି । ପାନୀୟଜଳ ପାଇଁ ପାଖ ଦୋକାନ ଉପରେ ନିର୍ଭର କରିବାକୁ ପଡୁଛି । ଯେଉଁଠି ପାନୀୟଜଳ ବ୍ୟବସ୍ଥା ଅଛି, ସେଠାରେ ପାଣି ଆସୁନି । ଏବେ ଶୀତ ପରେ ଖରାଦିନେ ପାନୀୟଜଳରର ଆବଶ୍ୟକତା ବଢ଼ିବ । ତା ପୂର୍ବରୁ ବସଷ୍ଟପରେ ପାନୀୟଜଳ ପାଇଁ ଯାତ୍ରୀ ଦାବି କରିଛନ୍ତି ।
ଜରୁରୀ ପରିସ୍ଥିତିରେ ମେଡିସିନ ଖାଇବାକୁ ପଡ଼ିଲେ, ସେଥିପାଇଁ ମଧ୍ୟ ଦୋକାନରୁ ପାଣି କିଣି ପିଇବାକୁ ପଡୁଛି । ଅନ୍ୟପଟେ ଫୁଟପାଥରେ ଦୋକାନ କରିବା ପାଇଁ ମଧ୍ୟ ଅନୁମତି ନାହିଁ । ଏଣୁ କେବଳ ଗୋଟିଏ ପାଣି ବୋତଲ କିଣିବା ପାଇଁ ଲୋକଙ୍କୁ ଦୂରକୁ ଯିବାକୁ ପଡୁଛି । ତେବେ ନୂଆ ସରକାର କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତା ଉପରେ ନଜର ।...