କନକ ବ୍ୟୁରୋ : ପଦାରେ ପଡ଼ିଲା ଏସଆଇ ପରୀକ୍ଷାରେ ଜାଲିଆତି । ବ୍ରହ୍ମପୁର ପୁଲିସ ଦ୍ବାରା ଶତାଧିକ ଏସଆଇ ପରୀକ୍ଷାର୍ଥୀ ଅଟକ ରହିଥିବା ସୂଚନା ରହିଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା ମିଳିଛି । ଏସଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଛନ୍ତି । ଓଡ଼ିଶା ପୁଲିସର ସବ୍ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ। ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୁଲିସ ପଚରାଉଚରା କରୁଛି । ଓଡ଼ିଶା ପୁଲିସ ଏସଆଇ ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ ଧରିଛି ବ୍ରହ୍ମପୁର ପୁଲିସ ।
ଓଡ଼ିଶା ପୁଲିସରେ ଜାଲିଆତି ଅଭିଯୋଗ, ଏସଆଇ ଚାକିରି ପାଇଁ ଜାଲିଆତି କରିବାକୁ ଯାଉଥିଲେ, ଆନ୍ଧ୍ର ଶ୍ରୀକାକୁଲମରେ ଧରାପଡ଼ିଲେ ଶତାଧିକ ଆଶାୟୀ
ଏସଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଛନ୍ତି । ଓଡ଼ିଶା ପୁଲିସର ସବ୍ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ।
/kanak/media/media_files/2025/09/30/24-2025-09-30-18-52-18.jpg)