କନକ ବ୍ୟୁରୋ:  ଆମେରକାରେ ଜୀବନ ନେଉଛି ଜଙ୍ଗଲ ନିଆଁ । ପ୍ରତିଦିନ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ୧୬ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ପ୍ରାୟ ସପ୍ତାହେ ହେବ ନିଆଁ ଲାଗିଥିଲେ ମଧ୍ୟ ଏହାକୁ କାବୁ କରିବାରେ ବିଫଳ ହୋଇଛି ଆମେରିକା ପ୍ରଶାସନ । ଲସ୍ ଏଞ୍ଜେଲସ୍ ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ଜଙ୍ଗଲ ନିଆଁ ଅଞ୍ଚଳର ବ୍ୟାପକ କ୍ଷତି କରିଛି । ମାନବକୃତ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

Advertisment

ଅଗ୍ନିକାଣ୍ଡ ଘଟାଇଥିବା ପ୍ରାଥମିକ ପାଣିପାଗ ପରିସ୍ଥିତି ମଧ୍ୟରେ ତାପମାତ୍ରା ୫ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଅଧିକ ରହିବା, ୧୫ ପ୍ରତିଶତ ପର୍ଯ୍ୟନ୍ତ ଶୁଖିଲା ଦିନ ଏବଂ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ପବନ ବହିବା ଭଳି ଅନୁକୂଳ ପରିସ୍ଥିତି ରହିଛି । ଅଗ୍ନିକାଣ୍ଡ ପାଇଁ ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ ସାମାନ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ମାନବକୃତ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ଚାଳକ ବୋଲି ଅଧ୍ୟୟନରୁ ଏହି ବିଶ୍ଳେଷଣରେ ଆଟଲାଣ୍ଟିକ ମଲ୍ଟିଡେକାଡାଲ ଅସିଲେସନ (ଏଏମ୍‌ଓ), ପ୍ରଶାନ୍ତ ମହାସାଗରୀୟ ଡେକାଡାଲ ଅସିଲେସନ (ପିଡିଓ) ଓ ଏଲ୍‌ନିନୋ ସାଉଥ୍ ଅସିଲେସନ (ଇଏନ୍‌ଏସ୍‌ଓ) ସମେତ ପ୍ରାକୃତିକ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ବିଚାରକୁ ନିଆଯାଇଥିଲା ।
 
କାର୍ଲିଫର୍ଣ୍ଣିଆ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି
୭ ଦିନରେ ୩୫ ହଜାର ଏକର ଜମି ପୋଡ଼ି ପାଉଁସ
ନିଆଁ ଆୟତ୍ତ କରିବାରେ ବିଫଳ ଆମେରିକା ସରକାର
ମାନବକୃତ ଜଳବାୟୁ ପରିବର୍ତ୍ତନ କାଲିଫର୍ଣ୍ଣିଆକୁ ଗରମ ଓ ଶୁଷ୍କ କରିଛି
ଶୁଷ୍କ ବାୟୁ ପାଇଁ ନିଆଁ ଲାଗିବା ଓ ବ୍ୟାପିବା ସହଜ ହୋଇଛି
ପ୍ରତିବର୍ଷ ଆମେରିକାର ଏକ ବଡ଼ ଅଞ୍ଚଳ ଜଳିଯାଉଛି
୧୯୭୦ ଦଶକ ତୁଳନାରେ ଏବେ ଅଗ୍ନିକାଣ୍ଡ କ୍ଷୟକ୍ଷତି ପାଞ୍ଚ ଗୁଣ ଅଧିକ
ପ୍ରାୟ ୧ ଲକ୍ଷ ୫୩ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି
ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ ମୋବାଇଲରେ ମେସେଜ ପଠାଯାଉଛି