କନକବ୍ୟୁରୋ : ମଝି ସମୁଦ୍ରରେ ଚାଲିଗଲା ଜୀବନ । ଗଭୀର ସମୁଦ୍ର ମଝିରେ ପେଟ୍ରୋଲିଂ ବେଳେ ଟଳିପଡିଲେ ବନକର୍ମଚାରୀ । କର୍ତବ୍ୟ ସଂପାଦନ କରୁକରୁ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି  କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ । ସମୁଦ୍ରର ୧୩ କିଲୋମିଟର ଭିତରେ ଵିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଚାଲିଥିଲା ପାଟ୍ରୋଲିଙ୍ଗ  ।

Advertisment

ଏପରିକି ପାଟ୍ରୋଲିଙ୍ଗ ବେଳେ ବେଆଇନ ଭାବେ ମାଛ ମାରୁଥିବା ଏକ ବୋଟକୁ ବିଳମ୍ବିତ ରାତିରେ ଜବତ ମଧ୍ୟ କରିଥିଲା ଟିମ । ସେହି ସମୟରେ ବନବିଭାଗର ନେଇଥିବା  ଟ୍ରଲରର ଡ୍ରାଇଭରଙ୍କୁ ଶୋଷ ଲାଗିବାରୁ ପାଣି ପିଇଥିଲେ  ।   ପାଣି ପିଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟ୍ରଲର ଉପରେ ହିଁ ଟଳି ପଡ଼ିଥିଲେ  । ତାଙ୍କସହ ଥିବା ଅନ୍ୟ ବନକର୍ମଚାରି ମାନେ ତାଙ୍କୁ ସଂଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ  । ଭୋର ସମୟରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।