କନକ ବ୍ୟୁରୋ : କର୍ମଚାରୀ ନାହାନ୍ତି , ନାହିଁ ନାହିଁରେ ଚାଲଛି ସମ୍ବଲପୁର ବନଖଣ୍ଡ । ବନଖଣ୍ଡରେ ଖାଲପଡ଼ିଛି ବହୁ ପଦ । ବନ ଜଗିବାକୁ ପର୍ଯ୍ୟାପ୍ତ ପରିମାଣର ପରେଷ୍ଟଗାର୍ଡ ନାହାନ୍ତି , ଜଙ୍ଗଲ ଜଗୁଛନ୍ତି ବନ୍ୟପ୍ରାଣୀ । ସମ୍ବଲପୁର ବନ ଖଣ୍ଡରେ ୧୮୦ ପଦବୀରୁ ୭୭ଟି ଖାଲି ପଡ଼ିଛି । ୯୭ ଫରେଷ୍ଟ ଗାର୍ଡ ରହିବା କଥା କିନ୍ତୁ ବହୁ ପଦବୀ ଖାଲି ପଡ଼ିଛି । ସେହିପରି ଫରେଷ୍ଟର ପଦବୀ , ଫରେଷ୍ଟ ରେଞ୍ଜର, ଦୁଇଟି ଡେପୁଟି ରେଞ୍ଜର ପଦ ବି ଖାଲି ପଡ଼ିଛି । ଏମିତକି ଜୁନିଅର ଆସିଷ୍ଚାଣ୍ଟ, ଷ୍ଟେନୋଗ୍ରାଫର ଓ ଡ୍ରାଇଭର ଭଳି ପଦ ମଧ୍ୟ ପୂରଣ ହୋଇପାରୁନି । 

Advertisment

ସମ୍ବଲପୁର ଡିଭିଜନରେ ଏତେ ପଦ ଖାଲି ପଡ଼ିଥିବା ବେଳେ ବନକର୍ମଚାରୀଙ୍କ ପାଖରେ ଅତ୍ୟାଧୁନିକ ଉପକରଣର ମଧ୍ୟ ଘୋର୍ ଅଭାବ ରହିଛି । ଯାହାଫଳରେ ବନ ସୁରକ୍ଷା ଏବେ ପ୍ରହସନ ପାଲଟିଛି । ମଙ୍ଗଳବାର ଭୁବନେଶ୍ବରରେ ହୋଇଥିବା ନିଯୁକ୍ତି ମେଳାରେ ୭ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ସରକାର । ସମ୍ବଲପୁର ଡିଭିଜନ ଡିଏଫଓଙ୍କ କହିବା ଅନୁସାରେ ଏଥିରୁ ୩୮ ଜଣ ସମ୍ବଲପୁର ଡିଭିଜନ୍‌ରେ ଯୋଗ ଦେଇଛନ୍ତି । ତଥାପି ୩୯ଟି ପଦବୀ ଖାଲି ପଡ଼ିଛି । ବଡ଼କଥା ହେଉଛି କେବଳ ସମ୍ବଲପୁରରେ ନୁହେଁ, ରାଜ୍ୟର ସବୁ ଡିଭିଜନ୍‌ରେ ଏହି ଅବସ୍ଥା । ଏଥିରୁ ସ୍ପଷ୍ଟ ଜଙ୍ଗଲ କେତେ ସୁରକ୍ଷିତ । 

ଅଧିକ ପଢ଼ନ୍ତୁ--୧୦ ଦିନ ଗଲାନି ୧୦ କୋଟିର କାମ ; ପିଠା ପରି ଉଠିଯାଉଛି ପିଚୁ ରାସ୍ତା