ହାତୀ ଘଉଡ଼ାଇବାକୁ ଯାଇ ଅଟକ ବନ କର୍ମଚାରୀ: କର୍ମଚାରୀଙ୍କୁ ଅଟକ ରଖିଲେ ୧୧ ଖଣ୍ଡ ଗାଁର ଲୋକ

୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀମାନଙ୍କୁ ଜମି ଚିହ୍ନଟ କରି ପଟ୍ଟା ବଣ୍ଟନ କରାଯାଇନାହିଁ । ଯାହାକୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ବନ ବିଭାଗର ଲିଖିତ ପ୍ରତିଶ୍ରୁତି ପରେ ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା ।

14

Photograph: (kanak news)

କନକ ବ୍ୟୁରୋ: ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତର ୧୧ ଖଣ୍ଡ ଗାଁର ଲୋକ ଖଲ୍ଲିକୋଟ ବନାଞ୍ଚଳର ଅନେକ କର୍ମଚାରୀଙ୍କୁ ଅଟକ ରଖିଥିଲେ । ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀମାନଙ୍କୁ ଜମି ଚିହ୍ନଟ କରି ପଟ୍ଟା ବଣ୍ଟନ କରାଯାଇନାହିଁ । ଯାହାକୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ବନ ବିଭାଗର ଲିଖିତ ପ୍ରତିଶ୍ରୁତି ପରେ ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe