କନକବ୍ୟୁରୋ : ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ଡିଏଫଓଙ୍କୁ ତାଗିଦ କରାଯାଇଛି ।  ସେ ଠିକ ଭାବେ ଡ୍ୟୁଟି କରିନାହାଁନ୍ତି। ଏପରିକି ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗର ଯୋଜନା ଥିବା ମନ୍ତ୍ରୀ କହିଛନ୍ତି । ତଳସ୍ତରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ସସପେଣ୍ଡ କରାଯାଇଛି ।

Advertisment

ରେଞ୍ଜରଙ୍କ ବିରୋଧରେ ପିସିସିଏଫ ସ୍ତରରେ କାର୍ଯ୍ୟାନୁଷ୍ଠାନ  ନିଆଯିବ । ତାଙ୍କୁ ଘଟଣାରେ ସ୍ପଷ୍ଟୀକରଣ ରଖିବାକୁ କୁହାଯାଇଛି। ଏନେଇ ପିସିସିଏଫ ସ୍ତରରେ ତର୍ଜମା ଚାଲିଛି। ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୪ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।