କନକ ବ୍ୟୁରୋ : ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନ । ମୃତ ଫରେଷ୍ଟ ଗାର୍ଡଙ୍କ ସହ ମୋଟ ୧୩ ଜଣ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳି ପ୍ରହଲ୍ଲାଦଙ୍କ ପେଟରେ ବାଜିଥିଲା । ଫଳରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

Advertisment

ଫରେଷ୍ଟ ଗାର୍ଡଙ୍କ ଦେହରେ ଗୁଳି ବାଜିବା ମାତ୍ରେ ପାଟ୍ରୋଲିଂ କରୁଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ୪ ଶିକାରୀଙ୍କୁ କାବୁ କରିଥିଲେ । ଅନ୍ୟ କିଛି ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶିକାରୀଙ୍କ ପାଖରୁ କିଛି ବନ୍ଧୁକ ଜବତ କରାଯିବା ସହ ସେମାନଙ୍କୁ ଅଧିକ ଜେରା କରାଯାଉଛି ।