ପୁଅକୁ ଝୁରି କାନ୍ଦୁଛି ମାଆ, ଶବ ହୋଇ ଫେରିଲା ପୁଅ କୃଷ୍ଣଗୋପାଳ

Advertisment

ପୁଅକୁ ଝୁରି କାନ୍ଦୁଛି ମାଆ । ମୟୂରଭଞ୍ଜ ସାଇଁକୁଳାରେ ହୃଦୟ ବିଦାରକ ଚିତ୍ର । ବଡ଼ ହେବାର ସ୍ବପ୍ନ ନେଇ ଯାଇଥିଲା ।  ହେଲେ ଶବ ହୋଇ ଫେରିଲା ପୁଅ କୃଷ୍ଣଗୋପାଳ । ଗାଁରେ ଶୋକାକୁଳ ପରିବେଶ । 

ପୁଅକୁ ଝୁରି କାନ୍ଦୁଛି ମାଆ । ମୟୂରଭଞ୍ଜ ସାଇଁକୁଳାରେ ହୃଦୟ ବିଦାରକ ଚିତ୍ର । ବଡ଼ ହେବାର ସ୍ବପ୍ନ ନେଇ ଯାଇଥିଲା ।  ହେଲେ ଶବ ହୋଇ ଫେରିଲା ପୁଅ କୃଷ୍ଣଗୋପାଳ । ଗାଁରେ ଶୋକାକୁଳ ପରିବେଶ । 

22Mourns Tragic Loss

କନକ ବ୍ୟୁରୋ: ମୋ ପୁଅ ଯାଇଛି ପରୀକ୍ଷା ଦେବାକୁ । ସରକାରୀ ବାବୁ ହେଇ ଫେରିବ । ଆଉ ଘରର ଦୁଃଖ ରହିବନି । ଯେତେବେଳେ ଫେରିବ ପୂରା ଗାଁ ବାଃ ବାଃ କରିବ । ଏ ସବୁ ଏବେ ଅତୀତ ହୋଇଯାଇଛି । ପୁଅ ଗାଁକୁ ଫେରିଛି ସତ । କିନ୍ତୁ କାହା ମୁହଁରେ ହସ ନାହିଁ । ଘୋର ନିସ୍ତବ୍ଧତା ଭିତରେ ଯଦି କିଛି ଶୁଭୁଛି ତ’ ଖାଲି ମା’ର ବୁକୁଫଟା ଚିତ୍କାର । ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା, ଆଜି ତା’ କୋକେଇ ବନ୍ଧା ହେଉଛି । ପୁଅ ଯାଉଛି ମଶାଣି । ମା’ କହୁଛି ଆଉ କିଏ ମୋତେ ମା’ ଡାକିବ । ଏ ହୃଦୟ ବିଦାରକ ଯିଏ ଦେଖିବା ତା’ ଆଖିରେ ଲୁହ ରହିବନି ।

ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗାଁର କୃଷ୍ଣଗୋପାଳ ବେହେରା ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାରେ ପାସ୍‌ ହୋଇ ଶାରୀରିକ ପରୀକ୍ଷା ପାଇଁ ବାଲେଶ୍ୱର ଯାଇଥିଲେ । ସେଠାରେ ପଡ଼ିଆରେ ଦୌଡ଼ ଟେଷ୍ଟ ଦେଉଥିବା ସମୟରେ ଅଚାନକ ବେହୋସ ଯାଇଥିଲେ । ସେଠାରେ ତାଙ୍କୁ ବାଲେଶ୍ୱର ମେଡିକାଲ୍‌ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୃଷ୍ଣଗୋପାଳଙ୍କୁ ହରାଇ ମାଆ ଭୂଇଁରେ ଲୋଟିପଡୁଥିବା ବେଳେ ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe