କନକ ବ୍ୟୁରୋ: ମୋ ପୁଅ ଯାଇଛି ପରୀକ୍ଷା ଦେବାକୁ । ସରକାରୀ ବାବୁ ହେଇ ଫେରିବ । ଆଉ ଘରର ଦୁଃଖ ରହିବନି । ଯେତେବେଳେ ଫେରିବ ପୂରା ଗାଁ ବାଃ ବାଃ କରିବ । ଏ ସବୁ ଏବେ ଅତୀତ ହୋଇଯାଇଛି । ପୁଅ ଗାଁକୁ ଫେରିଛି ସତ । କିନ୍ତୁ କାହା ମୁହଁରେ ହସ ନାହିଁ । ଘୋର ନିସ୍ତବ୍ଧତା ଭିତରେ ଯଦି କିଛି ଶୁଭୁଛି ତ’ ଖାଲି ମା’ର ବୁକୁଫଟା ଚିତ୍କାର । ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା, ଆଜି ତା’ କୋକେଇ ବନ୍ଧା ହେଉଛି । ପୁଅ ଯାଉଛି ମଶାଣି । ମା’ କହୁଛି ଆଉ କିଏ ମୋତେ ମା’ ଡାକିବ । ଏ ହୃଦୟ ବିଦାରକ ଯିଏ ଦେଖିବା ତା’ ଆଖିରେ ଲୁହ ରହିବନି ।
ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗାଁର କୃଷ୍ଣଗୋପାଳ ବେହେରା ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାରେ ପାସ୍ ହୋଇ ଶାରୀରିକ ପରୀକ୍ଷା ପାଇଁ ବାଲେଶ୍ୱର ଯାଇଥିଲେ । ସେଠାରେ ପଡ଼ିଆରେ ଦୌଡ଼ ଟେଷ୍ଟ ଦେଉଥିବା ସମୟରେ ଅଚାନକ ବେହୋସ ଯାଇଥିଲେ । ସେଠାରେ ତାଙ୍କୁ ବାଲେଶ୍ୱର ମେଡିକାଲ୍ ଭର୍ତ୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୃଷ୍ଣଗୋପାଳଙ୍କୁ ହରାଇ ମାଆ ଭୂଇଁରେ ଲୋଟିପଡୁଥିବା ବେଳେ ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/20/22mourns-tragic-loss-2025-09-20-18-36-49.jpg)