ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ଜଳିପୋଡ଼ି ଛାରଖାର ମୂଲ୍ୟବାନ ଗଛ, ଜନବସତି ମୁହାଁ ବନ୍ୟଜନ୍ତୁ

Advertisment

ଖରା ବଢ଼ିବା ସହ ବ୍ୟାପି ଚାଲିଛି ଜଂଗଲ ନିଆଁ । କୋରାପୁଟରୁ କେନ୍ଦୁଝର, ମୟୁରଭଞ୍ଜରୁ ବୌଦ୍ଧ ସବୁଠୁ ଆସୁଛି ଜଳିବାର ଦୃଶ୍ୟ । ଛାରଖାର ହୋଇ ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ । ବାସସ୍ଥାନ ହରାଇ ଜନବସତି ମୁହାଁ ବନ୍ୟଜନ୍ତୁ ।  

ଖରା ବଢ଼ିବା ସହ ବ୍ୟାପି ଚାଲିଛି ଜଂଗଲ ନିଆଁ । କୋରାପୁଟରୁ କେନ୍ଦୁଝର, ମୟୁରଭଞ୍ଜରୁ ବୌଦ୍ଧ ସବୁଠୁ ଆସୁଛି ଜଳିବାର ଦୃଶ୍ୟ । ଛାରଖାର ହୋଇ ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ । ବାସସ୍ଥାନ ହରାଇ ଜନବସତି ମୁହାଁ ବନ୍ୟଜନ୍ତୁ ।  

Jungle Fire

କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ । ରାଜ୍ୟର ବିଭିନ୍ନ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ଜଳୁଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ, ଜଙ୍ଗଲ ଗୁଡିକ ଜଳୁଛି । ଏହାଦ୍ବାରା କେବଳ ମୂଲ୍ୟବାନ ଗଛ ନଷ୍ଟ ହେଉନି, ବରଂ ବାସସ୍ଥାନ ହରାଉଛନ୍ତି ବନ୍ୟଜନ୍ତୁ । ସେପଟେ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଜଙ୍ଗଲ ବିଭାଗ । 

ଏହା ବି ପଢ଼ନ୍ତୁ: ଝରଣା ପାଣିରେ କଟୁଛି ଜୀବନ, ପାଣି ବୁନ୍ଦାଏ ପାଇଁ ଡହଳ ବିକଳ

କୋରାପୁଟରୁ କେନ୍ଦୁଝର, ମୟୂରଭଞ୍ଜରୁ ବୌଦ୍ଧ ସବୁଆଡେ ଜଳୁଛି ଜଙ୍ଗଲ । କେଉଁଠି ଘଣ୍ଟା ଘଣ୍ଟା ଆଉ କେଉଁଠି ଦିନ ଦିନ ଧରି ଜଙ୍ଗଲ ନିଆଁ ଥମୁନି । ଏ ଚିତ୍ର ମୟୂରଭଂଜ ଜିଲ୍ଲା କପ୍ତିପଦା ବନାଞ୍ଚଳର । ଦୀର୍ଘ ୨୪ ଘଣ୍ଟା ହେଲାଣି, କପ୍ତିପଦା ବନାଞ୍ଚଳ ଅଧୀନରେ ଥିବା ୩ଟି ଜଙ୍ଗଲ, ବାଘମୁଣ୍ଡା, ସାଣଦେଇ ଓ ବାରବାଙ୍କ ଜଳୁଛି । ଶୁଖିଲା ପତ୍ର ଯୋଗୁଁ ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼କୁ ଡେଉଁଛି । ପତ୍ରଝଡ଼ା ଋତୁ ହୋଇଥିବାରୁ ତଳେ ପଡ଼ିଥିବା ଶୁଖିଲା ପତ୍ର ନିଆଁକୁ ବ୍ୟାପିବାରେ ଇନ୍ଧନ ସଦୃଶ କାମ କରୁଛି । ଜଙ୍ଗଲ ଜଳୁଥିବାରୁ ଜଳିପୋଡ଼ି ଛାରଖାର ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଗଛ । ବାସସ୍ଥାନ ହରାଇ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ।

ସେପଟେ କୋରାପୁଟର ମାଉଣ୍ଟେନ ପାହାଡ଼ରେ ଥିବା ଜଂଗଲ ବି ହୁତୁହୁତୁ ହୋଇ ଜଳିଥିଲା । ୫ ଘଣ୍ଟା ଜଳିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ସେହିପରି କେନ୍ଦୁଝର ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି । ନିଜେ ଡିଏଫ୍‌ଓ ରାତି ଉଜାଗର ରହି ନିଆଁ ଲିଭାଉଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ, ଜଙ୍ଗଲ ବିଭାଗର ନିଦ ହଜାଇ ଦେଇଛି । ଖରାଦିନ ଆରମ୍ଭରୁ ଜଙ୍ଗଲ ନିଆଁ, ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରଶ୍ନ ଉଠୁଛି, ଆଗକୁ ଗ୍ରୀଷ୍ମ ପ୍ରକୋପ ବଢ଼ିଲେ, କେମିତି ଆୟତ୍ତ ହେବ ନିଆଁ? କେବେ ଚେତିବ ଜଙ୍ଗଲ ବିଭାଗ ?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe