କନକ ବ୍ୟୁରୋ : ମୋଡ଼ ବଦଳାଇଲା କାର୍ଲିଫଣ୍ଣିଆ ଜଙ୍ଗଲ ନିଆଁ । ଜନବସତି ପ୍ରତି ବଢ଼ିଲା ବିପଦ । ବେକାବୁ ହୋଇ ଜଙ୍ଗଲ ନିଆଁ ମାଡ଼ି ଚାଲିଛି । ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଥିବା ୨୫ ମାଇଲ୍ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୨ ହଜାରରୁ ଅଧିକ ଘର ଓ କୋଠା ପୋଡ଼ି ଛାରଖାନ ହୋଇସାରିଲାଣି । ୪୦ହଜାର କୋଟି ଏକର ଜମିରୁ ୨୯ହଜାର ଏକରକୁ ନିଆଁ ଗ୍ରାସ କରି ସାରିଛି । ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଫିସ ପକ୍ଷରୁ ଆଶଙ୍କା କରାଯାଉଛି । ପାଖାପାଖି ଦେଢ଼ ଲକ୍ଷ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ହଲିଉଡ ହିଲ୍ସରେ ପହଞ୍ଚିଥିବା ବେଳେ ଅନେକ ଆମେରିକୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି । ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ତାହାର ତଦନ୍ତ ଦାବି କରିଛନ୍ତି ।
ଜଳୁଛି କାଲିଫର୍ଣ୍ଣିଆ , ୧୨ ହଜାରରୁ ଅଧିକ ଘର ପୋଡି ପାଉଁଶ
ମୋଡ଼ ବଦଳାଇଲା କାର୍ଲିଫଣ୍ଣିଆ ଜଙ୍ଗଲ ନିଆଁ । ଜନବସତି ପ୍ରତି ବଢ଼ିଲା ବିପଦ । ବେକାବୁ ହୋଇ ମାଡ଼ି ଆସୁଛି ବନାଗ୍ନୀ । ୧୨ ହଜାରରୁ ଅଧିକ ଘର ଓ କୋଠା ପୋଡ଼ି ଛାରଖାନ । ନିଆଁରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)