କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ହୁତୁହୁତୁ ହୋଇ ମାଡ଼ିଯାଉଛି ନିଆଁ । ବହୁ ମୂଲ୍ୟବାନ ଗଛ ସହିତ, ପଶୁପକ୍ଷୀ ଓ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଉଛି । ହେଲେ ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗର ସେତେ ତତ୍ପରତା ଦେଖିବାକୁ ମିଳୁନାହିଁ । ରାୟଗଡ଼ା, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ନିଆଁର କରାଳ ରୂପ ଦେଖିଲେ ଭୟ ଲାଗିଲା ।
ରାଜ୍ୟର ବିଭିନ୍ନ ଙ୍ଗଲରେ ନିଆଁ ଲାଗିଛି । ରାୟଗଡ଼ା ଜିଲ୍ଲା କୁମ୍ଭିକୋଟାଠାରୁ ଗୁମ୍ମା ପର୍ଯ୍ୟନ୍ତ ଥିବା ଜଙ୍ଗଲରେ ନିଆଁ ଲାଗିଛି । ୫- ୬ କିଲୋମିଟର ଧରି ପାହାଡ଼ ପରେ ପାହାଡ଼ ଡେଇଁ ଜଙ୍ଗଲ ଜଳୁଛି । କିନ୍ତୁ ନିଆଁ ଲିଭାଇବା ପାଇଁ ବନ କର୍ମଚାରୀଙ୍କର ଦେଖାନାହିଁ । ନିଆଁ ଲିଭାଇବା ପାଇଁ ରାୟଗଡ଼ା ଜିଲ୍ଲାରେ ୧୫ଟି ଗ୍ରୁପରେ ୧୦ ଜଣ ତାଲିମପ୍ରାପ୍ତ ବନ କର୍ମଚାରୀ ଥିବା ବେଳେ ୧୫୧ ଜଣ ଆଉଟସୋର୍ସିଂ କିର୍ମଚାରୀ ଅଛନ୍ତି । ୧୨ଟି ଚାରିଚକିଆ ଗାଡ଼ି ଦିଆଯାଇଥିବା ବେଳେ ଏଠାରେ କିନ୍ତୁ କାହାର ଦେଖାନାହିଁ।...
ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଏବଂ ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ମହୁଲ ପାଇଁ ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଉଛନ୍ତି। ବନ କର୍ମଚାରୀ ଓ ଫାୟାର ସ୍କ୍ୱାଡର ପଦକ୍ଷେପ ସଫଳ ହେଉ ନଥିବାରୁ ବାରମ୍ବାର ନିଆଁ ଲାଗୁଛି ସେପଟେ ବୌଦ୍ଧ ଜିଲ୍ଲା ଜାମୁଖୋଲ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ଜଙ୍ଗଲ ସହିତ ପାଖରେ ଥିବା ୮ ବଖରା ଘର ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଜଙ୍ଗଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଲୋକ ଅଭିଯୋଗ କରିଛନ୍ତି । ଖରା ଆରମ୍ଭରୁ ବିଭିନ୍ନ ଜଂଗଲରେ ନିଆଁ ଲାଗିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ତ । ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନିଆଯିବା ସତ୍ତ୍ବେ ଏବେଠାରୁ ସ୍ଥିତି ଏମିତି ହେଲାଣି। ଆଗକୁ ବନାଗ୍ନି ଭୟାବହ ହେବା ଆଶଙ୍କା ପ୍ରକାଶ ପାଇଛି ।
ଖରାଦିନ ଆସୁଆସୁ ଜଳୁଛି ଜଙ୍ଗଲ, ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ
ରାୟଗଡ଼ା ଜିଲ୍ଲା କୁମ୍ଭିକୋଟାଠାରୁ ଗୁମ୍ମା ପର୍ଯ୍ୟନ୍ତ ଥିବା ଜଙ୍ଗଲରେ ନିଆଁ ଲାଗିଛି । ୫- ୬ କିଲୋମିଟର ଧରି ପାହାଡ଼ ପରେ ପାହାଡ଼ ଡେଇଁ ଜଙ୍ଗଲ ଜଳୁଛି । କିନ୍ତୁ ନିଆଁ ଲିଭାଇବା ପାଇଁ ବନ କର୍ମଚାରୀଙ୍କର ଦେଖାନାହିଁ ।
/kanak/media/media_files/2025/03/09/iVV4S38wAw5vnpHwdL4G.png)