ଡି. ଏ. ଭି ପବ୍ଲିକ ସ୍କୁଲ, କାଂସବାହାଲରେ ”ବନ ମହୋତ୍ସବ ସପ୍ତାହ- ୨୦୨୫“ ପାଳିତ

Advertisment

ବନ ମହୋତ୍ସବ ଅବସରରେ ଏକ ସ୍ୱତନ୍ତ୍ର ମର୍ଣ୍ଣିଙ୍ଗ ଆସେମ୍ଲିର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ଆମ ଜୀବନରେ ଗଛର ଗୁରୁତ୍ୱ କଣଏବଂ ସେମାନେ କାହିଁକି ଗଛ ଲଗାଇବା ଉଚିତ ତତ୍ ସଂପର୍କରେ ସମସ୍ତ ପିଲାମାନଙ୍କୁ କହିଥିଲେ ।

ବନ ମହୋତ୍ସବ ଅବସରରେ ଏକ ସ୍ୱତନ୍ତ୍ର ମର୍ଣ୍ଣିଙ୍ଗ ଆସେମ୍ଲିର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ଆମ ଜୀବନରେ ଗଛର ଗୁରୁତ୍ୱ କଣଏବଂ ସେମାନେ କାହିଁକି ଗଛ ଲଗାଇବା ଉଚିତ ତତ୍ ସଂପର୍କରେ ସମସ୍ତ ପିଲାମାନଙ୍କୁ କହିଥିଲେ ।

Forest Festival Week-2025

Photograph: (Kanak News)

କନକ ବ୍ୟୁରୋ : ଇକୋ କ୍ଲବ୍ ଦ୍ୱାରା ୦୧.୦୭.୨୦୨୫ ରୁ ୦୭.୦୭.୨୦୨୫ ପର୍ଯ୍ୟନ୍ତ ଆୟୋଜିତ ବନ ମହୋତ୍ସବ ସପ୍ତାହ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ କାଂସବାହାଲ୍ ପରିସରରେ ଗୋଟିଏ ବୃକ୍ଷ ମାଆଙ୍କ ନାମରେ ବିଷୟବସ୍ତୁ ସହିତ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଏକ ସପ୍ତାହ ଧରି ଚାଲିଥିଲା ।

ଏହି କାର୍ଯ୍ୟକ୍ରମ ସମୟରେ ସ୍କୁଲର ପିଲାମାନଙ୍କ ପାଇଁ ପ୍ରକୃତି ସମ୍ବନ୍ଧୀୟ ଅନେକ କାର୍ଯ୍ୟକଳାପ ସହିତ ଅନେକ ପ୍ରତିଯୋଗିତାର  ଆୟୋଜନ କରାଯାଇଥିଲା । ଯେପରିକି ପ୍ରକୃତି ଆଧାରିତ ଜିନିଷରୁ ରାଖୀ ତିଆରି ବୁକମାର୍କ ପୋଷ୍ଟର ତିଆରି ସ୍ଲୋଗାନ ପ୍ରଦାନ ସାମୂହିକ ବୃକ୍ଷରୋପଣ ରାଲି, ଷ୍ଟ୍ରିଟ୍ ପ୍ଲେ ଏବଂ ସାମ୍ପ୍ରତିକ ପରିବେଶର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା

ଏହି କାର୍ଯ୍ୟକ୍ରମଗୁଡିକରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ସ୍ଥାନୀୟ ପରିଚାଳନା କମିଟିର ସଦସ୍ୟ ଏଲ୍ ଆଣ୍ଡ ଟିର ସଚ୍ଚିଦାନନ୍ଦ ଦାଶ(ଡି.ଜି.ଏମ୍.ସର୍ଭିସ ଅପେରସନ୍ସ) ଜାଗ୍ରତ କୁମାର ଓଝା (ଆସିଷ୍ଟାଣ୍ଡ ମ୍ୟାନେଜର ଏଚ୍ ଆର୍ ଏବଂ ଆଇ ଆର) ଏବଂ ସୁଶ୍ରୀ ଆଲିଶା ସାହୁ (ସିନିୟର ଇଞ୍ଜିନିୟର ମେକାନିକାଲ) ଅତିଥି ଭାବେ ଯୋଗ ଦେଇଥିଲେ ।

ବନ ମହୋତ୍ସବ ଅବସରରେ ଏକ ସ୍ୱତନ୍ତ୍ର ମର୍ଣ୍ଣିଙ୍ଗ ଆସେମ୍ଲିର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ଆମ ଜୀବନରେ ଗଛର ଗୁରୁତ୍ୱ କଏବଂ ସେମାନେ କାହିଁକି ଗଛ ଲଗାଇବା ଉଚିତ ତତ୍ ସଂପର୍କରେ ସମସ୍ତ ପିଲାମାନଙ୍କୁ କହିଥିଲେ । ଏହା ପରେ ଅତିଥିମାନଙ୍କ ସହିତ ସମସ୍ତେ ମିଳିତ ଭାବରେ ଗଛ ଲଗାଇଥିଲେ । ଏହିପରି ବିଦ୍ୟାଳୟର ସମସ୍ତ ଶିକ୍ଷକ ସହ-ଶିକ୍ଷକଗଣ-ଶିକ୍ଷକ କର୍ମଚାରୀ ଇକୋ କ୍ଲବ୍ ସଦସ୍ୟ ଇକୋ କ୍ଲବର ମୁଖ୍ୟ ରଶ୍ମିରେଖା ମହାପାତ୍ର ଛାତ୍ରଛାତ୍ରୀ ଏବଂ ପ୍ରଧାନଶିକ୍ଷୟିତ୍ରୀ ରୀନା ମହାପାତ୍ରଙ୍କ ମାର୍ଗଦର୍ଶନ ଏବଂ ଅବଦାନରେ ୨୦୨୫ ବନ ମହୋତ୍ସବ ସପ୍ତାହର କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe