ପଦାରେ ପଡ଼ିଲା ସମ୍ବଲପୁର କୁଚିଣ୍ଡା ବନବିିଭାଗର ଅପାରଗତା, ଲଇଡ଼ାଗୁନା ଜଙ୍ଗଲରୁ କଟିଛି ହଜାର ହଜାର ଗଛ, ବନ ବିଭାଗ ପାଖରେ ନାହିଁ ଉତ୍ତର

ବାମରା ବନଖଣ୍ଡ କୁଚିଣ୍ଡା  ରେଞ୍ଜ ଲଇଡ଼ାଗୁନା ଜଙ୍ଗଲରୁ ବର୍ଷ ବର୍ଷ ଧରି ବିଭିନ୍ନ ମୂଲ୍ୟବାନ ପ୍ରଜାତିର ଗଛ କଟାଯାଉଛି । ଏବେ ଯାଏଁ ପାଖାପାଖି ୩ ରୁ ୪ ଏକର ପରିମିତ ଜଙ୍ଗଲକୁ କାଟି ସଫା କରିଦିଆଗଲାଣି ।

18

କନକ ବ୍ୟୁରୋ :  ପଦାରେ ପଡ଼ିଲା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନବିଭାଗର ଅପାରଗତା। କୁଚିଣ୍ଡା ବନବିଭାଗ ଅଧିନରେ ଥିବା ଏକ ଜଙ୍ଗଲରୁ କଟିଛି ହଜାର ହଜାର ଗଛ । ଯାହା ବିଭାଗୀୟ ଅଧିକାରୀଙ୍କ ମୁଖା ଖୋଲିଦେଇଛି ।  ବାମରା ବନଖଣ୍ଡ କୁଚିଣ୍ଡା  ରେଞ୍ଜ ଲଇଡ଼ାଗୁନା ଜଙ୍ଗଲରୁ ବର୍ଷ ବର୍ଷ ଧରି ବିଭିନ୍ନ ମୂଲ୍ୟବାନ ପ୍ରଜାତିର ଗଛ କଟାଯାଉଛି । ଏବେ ଯାଏଁ ପାଖାପାଖି ୩ ରୁ ୪ ଏକର ପରିମିତ ଜଙ୍ଗଲକୁ କାଟି ସଫା କରିଦିଆଗଲାଣି । ଏତେ ଗଛ କିଏ କାଟିଲା କେଉଁ ଉଦ୍ଦେଶ୍ୟରେ କାଟିଲା ତାହା ଜଣାନାହିଁ । କୁଚିଣ୍ଡା ରେଞ୍ଜ ଅଫିସର ଓ ବାମରା ଡିଏଫଓ କହୁଛନ୍ତି ମଠ ପାଇଁ ଜଣେ ବାବା ବୁଦା ଜାତୀୟ ଗଛ କାଟିଥିଲେ ।  ଆମେ ତାଙ୍କୁ ଗିରଫ କରି ହାଜତକୁ ପଠାଇଦେଇଛୁ । ହେଲେ ଜଙ୍ଗଲରେ ଗଛକଟାର ଦୃଶ୍ୟ ଦେଖି ଲାଗୁଛି ବିଭାଗୀୟ ଅଧିକାରୀ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି । ବର୍ଷ ବର୍ଷ ଧରି ଗଛ କଟା ଚାଲୁଥିବା ବେଳେ କେହି ନଜାଣିପାରିବା ସ୍ଥାନୀୟ ଫରେଷ୍ଟ ଗାର୍ଡଙ୍କ ଭୂମିକାକୁ ସନ୍ଦେହ ଘେରକୁ ଆଣିଛି । ଗଛ କାଟିବାକୁ ନେଇ କିଛି ବଡ଼ ଚୁକ୍ତି ହୋଇଥିବା ସନ୍ଦେହ କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe