ଘରଭଙ୍ଗା ହାତୀକୁ ଜଙ୍ଗଲକୁ ଘଉଡ଼ାଇଲା ବନବିଭାଗ, ଘର ଦ୍ୱାର ଭାଙ୍ଗିବା ସହ ଅଙ୍ଗନାବାଡ଼ୀ ଚାଉଳ ଓ ଛତୁଆ କରୁଥିଲା ନଷ୍ଟ

କେନ୍ଦୁଝର ମହାଦେଇଯୋଡ଼ା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀକୁ କାବୁ କରିବାକୁ ଝାଡ଼ଖଣ୍ଡରୁ ଦଶ ଜଣ ହାତୀ ଘଉଡ଼ାଇବା ଲୋକ ଆଣି ମୁତୟନ କରିଛି । ନିଆଁ ହୁଳା ଧରି ସେମାନେ ଗତକାଲି ରାତିରେ ଦନ୍ତାହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇଛନ୍ତି । ଗତ କଛି ଦିନ ହେବ ଏହି ଦନ୍ତା ହାତୀ ମହାଦେଇଯୋଡ଼ା ଅଞ୍ଚଳର ବିଭିନ୍ନ ଗାଁରେ ଆତଙ୍କ ଖେଳାଇଥିଲା।

19

କନକ ବ୍ୟୁରୋ :  ଶେଷରେ ଘରଭଙ୍ଗା ଦନ୍ତା ହାତୀକୁ ଜଙ୍ଗଲକୁ ଘଉଡ଼ାଇଲା ବନବିଭାଗ। ବନବିଭାଗର ହାତୀ ଘଉଡ଼ାଇବାର ସ୍ବତନ୍ତ୍ର ଟିମ୍ । କେନ୍ଦୁଝର ମହାଦେଇଯୋଡ଼ା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀକୁ କାବୁ କରିବାକୁ ଝାଡ଼ଖଣ୍ଡରୁ ଦଶ ଜଣ ହାତୀ ଘଉଡ଼ାଇବା ଲୋକ ଆଣି ମୁତୟନ କରିଛି । ନିଆଁ ହୁଳା ଧରି ସେମାନେ ଗତକାଲି ରାତିରେ ଦନ୍ତାହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇଛନ୍ତି । ଗତ କଛି ଦିନ ହେବ ଏହି ଦନ୍ତା ହାତୀ ମହାଦେଇଯୋଡ଼ା ଅଞ୍ଚଳର ବିଭିନ୍ନ ଗାଁରେ ଆତଙ୍କ ଖେଳାଇଥିଲା। କାହା ଘର ଭାଙ୍ଗୁଥିଲା ତ କେତେବେଳେ ସ୍କୁଲ ଆଉ ଅଙ୍ଗନୱାଡ଼ିରେ ପଶି ଛତୁଆ ଏଵଂ ଚାଉଳ ଖାଉ ଥିଲା । ୩ ଦିନ ତଳେ ଜଣଙ୍କ ଘର କାନ୍ଥ ଭାଙ୍ଗି ଥିବା ବେଳେ ଘର କାନ୍ଥ ପଡ଼ି ମା ପୁଅ ଏଵଂ ନାତି ଗୁରୁତର ହୋଇଥିଲେ। ଦନ୍ତା ହାତୀର ଉତ୍ପାତ ବନବିଭାଗର ନିଦ ହଜାଇ ଦେଇଥିଲା। ଶେଷରେ ଆତଙ୍କ ଖେଳାଉଥିବା ହାତୀକୁ ଘଉଡ଼ାଇବାରେ ସଫଳ ହୋଇଛି ବନବିଭାଗ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe