ମହାବଳ ଗର୍ଜନରେ କମ୍ପିବ ମହାନଦୀ କୂଳ, ସାତକୋଶିଆରେ ପୁଣି ହରିଣ ଶିକାର କରିବ ବାଘ

ଓଡ଼ିଶାକୁ ୧୫ ମହାବଳ ଆସିବ। ମହାରାଷ୍ଟ୍ରରୁ ଏହି ବାଘ ଆସିବ । ଏଥିପାଇଁ ଏନଟିସିଏରୁ ଅନୁମତି ମିଳିଛି ।

tiger

କନକ ବ୍ୟୁରୋ: ଓଡ଼ିଶାକୁ ୧୫ ମହାବଳ ଆସିବ। ମହାରାଷ୍ଟ୍ରରୁ ଏହି ବାଘ ଆସିବ । ସାତକୋଶିଆର ଅଭୟାରଣ୍ୟ ମାନ୍ୟତା ବଜାୟ ରଖିବାକୁ ଯାଇ ଏପରି ଏକ ନିଷ୍ପତ୍ତି ନିଆଯାଇଛି। ତେଣୁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ସଫଳ କରିବା ବନ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ।

  • ମହାବଳ ଗର୍ଜନରେ କମ୍ପିବ ମହାନଦୀ କୂଳ
  • ସାତକୋଶିଆରେ ପୁଣି ହରିଣ ଶିକାର କରିବ ବାଘ
  • ମହାରାଷ୍ଟ୍ରରୁ ଓଡ଼ିଶା ଆସିବ ୧୫ ମହାବଳ

ସାତକୋଶିଆ ଜଙ୍ଗଲରେ ଏବେ ଶୁଭିବ ଏଭଳି ଗର୍ଜନ। ସୁନ୍ଦରୀ ବିନା ଶୂନଶାନ ହୋଇପଡିଥିଲା ସାତକୋଶିଆ।ହେଲେ, ୩ ବର୍ଷ ପରେ ପୁଣି ଥରେ ଜଙ୍ଗଲରେ ରାଜ କରିବ ମହାବଳ। ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ୫ ବର୍ଷିଆ ଯୋଜନା। ଏନଟିସିଏ ପକ୍ଷରୁ କିଛି ସର୍ତ୍ତ ସହ ପୁର୍ନବାର ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି। 
ବାଇଟ : ସୁଶାନ୍ତ ନନ୍ଦ, ପିସିସିଏଫ, ବନ୍ୟପ୍ରାଣୀ

ତେବେ ମହାବଳ ଆଣିବା ପୂର୍ବରୁ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରିଛି ବନବିଭାଗ । କୋର ଏରିଆରୁ ସମସ୍ତ ଜନବସତି ଖାଲି କରାଯାଇଛି । ବଫର ଏରିଆରୁ ୬ଟି ଗାଁ ଏବେ ଖାଲି କରାଯାଇଛି । ମହାରାଷ୍ଟ୍ରର ତଡବା ଜଙ୍ଗଲର ବାଘଙ୍କ ସହ ଓଡିଶା ବାଘଙ୍କ ଜେନେଟିକ ସାମଞ୍ଜସ୍ୟ ଥିବାରୁ ସେଠାରୁ ବାଘ ଆଣିବ ଓଡ଼ିଶା। ପୂର୍ବରୁ
-    ୨୦୧୮ରେ ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିଲେ ମହାବୀର ଓ ସୁନ୍ଦରୀ
-    କାହ୍ନା ଅଭୟାରଣ୍ୟରୁ ମହାବୀର ଓ ବାନ୍ଧବଗଡ଼ରୁ ଆସିଥିଲା ସୁନ୍ଦରୀ
-    ଏହି ପ୍ରକଳ୍ପ ପାଇଁ ୧୯ କୋଟିର ବଜେଟରୁ ୮ କୋଟି ଖର୍ଚ୍ଚ ହୋଇଥିଲା
-    ଯତ୍ନ ଅଭାବରୁ ୫ ମାସରେ ଅସୁସ୍ଥ ହୋଇ ମରିଗଲା ମହାବୀର
-    ମହାବୀରର ମୃତ୍ୟୁ ପରେ ବିବାଦ ଭିତରେ ବାନ୍ଧବଗଡକୁ ଫେରିଯାଇଥିଲା ସୁନ୍ଦରୀ

୨୦୧୮ରେ ଦେଶରେ ଓଡ଼ିଶା ପ୍ରଥମ ଥର ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଆରମ୍ଭ କରିଥିଲା। କିନ୍ତୁ ଚାରି ବର୍ଷରେ ଏହି ପ୍ରକଳ୍ପ ଫେଲ ମାରିଥିଲା। ସ୍ଥାନୀୟ ଲୋକଙ୍କ ଅସହଯୋଗ ଓ ବନ ଅଧିକାରୀଙ୍କ ଅପାରଗତା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡିଥିଲା। ସାତକୋଶିଆର ଅଭୟାରଣ୍ୟ ମାନ୍ୟତା ବଜାୟ ରଖିବାକୁ ଏବେ ଜଙ୍ଗଲରେ ବାଘ ନିହାତି ରହିବା ଆବଶ୍ୟକ ହୋଇପଡିଛି। ତେଣୁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ସଫଳ କରିବା ବନ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe