କନକ ବ୍ୟୁରୋ : ମୋଟୁ ବନ ବିଭାଗ ଦ୍ୱାରା ୫୦୦ରୁ ଉର୍ଦ୍ଧ୍ୱ ଜୀବନ୍ତ କଇଁଛ ଜବତ । ଆନ୍ଧ୍ର ଓଡିଶା ସୀମାନ୍ତ ମୋଟୁ ତନଖି ଫାଟକ ନିକଟରେ କଇଁଛ ଧରିଛି ମୋଟୁ ବନ ବିଭାଗ । ଆନ୍ଧ୍ରରୁ ମାଲକାନଗିରି ଜିଲ୍ଲାକୁ ଦୁଇଟି ପିକ ଅପ ଗାଡ଼ିରେ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ମୋଟୁ ବନ ବିଭାଗ ।
ଦୁଇଟି ପିକ ଅପ ଗାଡ଼ିରେ ୫ଶହରୁ ଅଧିକ ଜୀବନ୍ତ କଇଁଛ ଥିବାର ଦେଖିବାକୁ ମିଳିଛି । ଏହି ଚୋରା ଚାଲାଣରେ ସମ୍ପୃକ୍ତ ୪ଜଣକୁ ଅଟକ ରଖି ପଚରା ଉଚରା କରୁଛି ମୋଟୁ ବନ ବିଭାଗ । ଜବତ କଇଁଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହୁଥିବାରୁ ଆନ୍ଧ୍ରର କାକିନାଡ଼ା ଅଂଚଳରୁ ମାଲକାନଗିରି ଜିଲ୍ଲାକୁ ରିତିମତ କଇଁଛ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।