କନକ ବ୍ୟୁରୋ: ରାଜଧାନୀରେ ଧାରଣାରେ ବସିବା ସହ ଆନ୍ଦୋଳନ କରୁଛି ବନ ବିଭାଗର ଅସ୍ଥାୟୀ କର୍ମଚାରୀ ସଂଘ । ୭ ଦଫା ଦାବି ନେ ଇ ଆନ୍ଦୋଳନ କରୁଛନ୍ତି ସଂଘ ସଦସ୍ୟ । ପାଖାପାଖି ୭ହଜାର ଆଉଟ୍ସୋର୍ସିଂ କର୍ମଚାରୀ ବିଭାଗ ଅଧୀନରେ କାମ କରୁଛନ୍ତି । କିନ୍ତୁ ଏମାନଙ୍କୁ ଠିକ ଭାବରେ ବେତନ ମିଳୁନି । ସଂଘ ସଦସ୍ୟ କହିଛନ୍ତି ଯେ ଥାର୍ଡ ପାର୍ଟି ଦ୍ୱାରା ଆମେ କରୁଛୁ, କିନ୍ତୁ ବେତନ ଠିକ୍ ଭାବେ ମିଳିନାହିଁ । ପ୍ରତିଦିନ ବନ ବିଭାଗ ପାଇଁ କାମ କରୁଛୁ, ଜୀବନକୁ ବାଜି ଲଗାଇ ଜଙ୍ଗଲରେ ରହୁଛୁ । କିନ୍ତୁ ସେହି ଅନୁସାରେ ସୁବିଧା ମିଳି ପାରୁନାହିଁ । ପ୍ରତିଦିନ ୧୨ରୁ ୧୫ ଘଣ୍ଟା କାମ କଲେ ମଧ୍ୟ ଦିନ ମଜୁରିଆଠୁ ଦରମା କମ୍ ମିଲୁଛି । କାଠ ମାଫିଆ, ପଶୁ ଶିକାରୀ, ହାତୀ, ବାଘ, ଭାଲୁ ବା ଅନ୍ୟ ଜୀବଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ହେଲେ କୌଣସି ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ନାହିଁ । ପରିବାର ଲୋକ ସମସ୍ୟାରେ ପଡ଼ୁଛନ୍ତି । ଏହାକୁ ନେଇ ବରମ୍ବାର ବିଭାଗୀୟ ମୁଖ୍ୟ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆଜି ଯାଏଁ କୌଣସି ସହାୟତା କିମ୍ବା ପ୍ରତିଶ୍ରୁତି ମିଳିନାହିଁ । ଏଭଳି ସବୁ ସମସ୍ୟା ମଧ୍ୟରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମ ବନ୍ଦ ଓ ଆନ୍ଦୋଳନ ଡାକରା ଦେଇଛି ସଂଘ । ରାଜ୍ୟରେ ବନ ବିଭାଗରେ କାମ କରୁଥିବା ସମସ୍ତ ଅସ୍ଥାୟୀ କର୍ମଚାରୀ କାମ ବନ୍ଦ କରିଛନ୍ତି ।
ଆନ୍ଦୋଳନରେ ବସିଲେ ବନ ବିଭାଗର ଅସ୍ଥାୟୀ କର୍ମଚାରୀ, ଚାକିରି କରିଥିଲେ ବି ଠିକ୍ ସମୟରେ ଦରମା ମିଳୁନଥିବା ଅଭିଯୋଗ
ପାଖାପାଖି ୭ହଜାର ଆଉଟ୍ସୋର୍ସିଂ କର୍ମଚାରୀ ବିଭାଗ ଅଧୀନରେ କାମ କରୁଛନ୍ତି । ଏମାନଙ୍କ ଠିକ ଭାବରେ ବେତନ ମିଳୁନି । ସଂଘ ସଦସ୍ୟ କହିଛନ୍ତି ଯେ ଥାର୍ଡ ପାର୍ଟି ଦ୍ୱାରା ଆମେ କରୁଛୁ, କିନ୍ତୁ ବେତନ ଠିକ୍ ଭାବେ ମିଳିନାହିଁ । ପ୍ରତିଦିନ ବନ ବିଭାଗ ପାଇଁ କାମ କରୁଛୁ, ଜୀବନକୁ ବାଜି ଲଗାଇ ଜଙ୍ଗଲରେ ରହୁଛୁ ।
/kanak/media/media_files/2025/09/01/forest-employees-2025-09-01-12-06-11.png)