ବାରହା ମାଂସ ବିକ୍ରି ବେଳେ ବନବିଭାଗର ଚଢଉ : ମୁରିବାହାଲ ଗାଁରୁ ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ବଙ୍ଗୋମୁଣ୍ଡା ରେଞ୍ଜ ମୁରିବାହାଲ ଗାଁରେ ବାରହା ମାଂସ ବିକ୍ରି ବେଳେ ବନବିଭାଗର ଚଢ଼ାଉ । ୪ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ ।

ବୋୀୋପୋ

କନକ ବ୍ୟୁରୋ: ବଙ୍ଗୋମୁଣ୍ଡା ରେଞ୍ଜ ମୁରିବାହାଲ ଗାଁରେ ବାରହା ମାଂସ ବିକ୍ରି ବେଳେ ବନବିଭାଗର ଚଢ଼ାଉ । ୪ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଞ୍ଚାୟତ ତଥା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ମୁରିବାହାଲ ଗାଁରୁ ବାରହା ମାଂସ ବିକ୍ରି ବେଳେ ବନବିଭାଗ ଚଢ଼ାଉ କରିଛି ।

ଅଭିଯୁକ୍ତ ମାନେ ହେଲେ ସୁଦନ ମାଝୀ, ରାଧେଶ୍ୟାମ ଧରୁଆ, ଇନ୍ଦ୍ର ଧରୁଆ, ଭଜମନ ମାଝୀ । ସମସ୍ତ ଅଭିଯୁକ୍ତ ମୁରିବାହାଲ ଗାଁର ବୋଲି ଜଣାପଡ଼ିଛି ।

ବାରହା ମାଂସ ଜବତ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ଅଧିକ ତଦନ୍ତ କରୁଛି ବନ ବିଭାଗ । ଦିନକୁ ଦିନ ଏହି ଅଞ୍ଚଳରେ ଶିକାରୀ ମାନେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe