କନକ ବ୍ୟୁରୋ: ବଙ୍ଗୋମୁଣ୍ଡା ରେଞ୍ଜ ମୁରିବାହାଲ ଗାଁରେ ବାରହା ମାଂସ ବିକ୍ରି ବେଳେ ବନବିଭାଗର ଚଢ଼ାଉ । ୪ ଜଣ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କୀ ପଞ୍ଚାୟତ ତଥା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ମୁରିବାହାଲ ଗାଁରୁ ବାରହା ମାଂସ ବିକ୍ରି ବେଳେ ବନବିଭାଗ ଚଢ଼ାଉ କରିଛି ।
ଅଭିଯୁକ୍ତ ମାନେ ହେଲେ ସୁଦନ ମାଝୀ, ରାଧେଶ୍ୟାମ ଧରୁଆ, ଇନ୍ଦ୍ର ଧରୁଆ, ଭଜମନ ମାଝୀ । ସମସ୍ତ ଅଭିଯୁକ୍ତ ମୁରିବାହାଲ ଗାଁର ବୋଲି ଜଣାପଡ଼ିଛି ।
ବାରହା ମାଂସ ଜବତ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରି ଅଧିକ ତଦନ୍ତ କରୁଛି ବନ ବିଭାଗ । ଦିନକୁ ଦିନ ଏହି ଅଞ୍ଚଳରେ ଶିକାରୀ ମାନେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/14/wKdSh2mhpGvTAr6vhiNk.jpg)