କନକ ବ୍ୟୁରୋ :ଅଭିନେତ୍ରୀ ଶେଫାଳୀଙ୍କ ବାସଭନରେ ଫରେନ୍ସିକ୍‌ ଟିମ୍‌ । ଏଥିସହ ପହଁଚିଛି ମୁମ୍ବାଇ ପୁଲିସ୍‌ । ମୃତ୍ୟୁ ପଛର କାରଣ ହୃଦଘାତ ନା ଆଉ କିଛି ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ । ସମ୍ପର୍କୀୟ, ରୋଷେୟା ଓ ଅନ୍ୟ ଘରୋଇ ସହାୟକଙ୍କୁ ଜେରା କରାଯାଉଛି । ଅନ୍ୟପଟେ କୁପର ହସ୍ପିଟାଲରେ ଶେଫାଳୀଙ୍କ ଶବ ବ୍ୟବଚ୍ଛେଦ କରାଯାଉଛି । ରିପୋର୍ଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି ପୁଲିସ କହିଛି । ୨୦୦୨ ମସିହାରେ ମ୍ୟୁଜିକ୍‌ ଭିଡିଓ କାଣ୍ଟା ଲଗାରୁ ରାତାରାତି ଷ୍ଟାର୍‌ ପାଲଟିଥିଲେ ଶେଫାଳୀ ।

Advertisment

ଜଣେ ମଡେଲ୍‌ ଓ ଅଭିନେତ୍ରୀ ଭାବେ ବିଭିନ୍ନ ବିଜ୍ଞାପନ, ମ୍ୟୁଜିକ୍‌  ଭିଡିଓ ଓ ସିନେମାରେ ଅଭିନୟ କରିଥିଲେ । ମାତ୍ର ୪୨ବର୍ଷ ବୟସରେ ଅଭିନେତ୍ରୀଙ୍କ ବିୟୋଗ ପ୍ରଶଂସକଙ୍କୁ ମର୍ମାହତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ କଳା ଜଗତରେ ଶୋକର ଛାୟା ଖେଳିଛି ।