ମା’ ବିରଜାଙ୍କ ପୀଠରେ ଧସେଇ ପଶିଲେ ବିଦେଶୀ ; ମନ୍ଦିର ବେଢା ପରିକ୍ରମା କଲେ

 ଯାଜପୁର ବିରଜା ପୀଠରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ । ୮ରୁ ୧୦ ମହିଳା ଓ ପୁରୁଷ ମନ୍ଦିରରେ ପଶି କଲେ ବେଢା ପରିକ୍ରମା,  ମନ୍ଦିରକୁ ଛୁଇଁ ମାରିଲେ ମୁଣ୍ଡିଆ। 

Maa Biraja Temple

Maa Biraja Temple Photograph: (KanakNews)

କନକ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ । ୮ରୁ ୧୦ ଜଣ ବିଦେଶୀ ମହିଳା ଓ ପୁରୁଷ ମନ୍ଦିର ଭିତରକୁ ପଶିଥିବା ଜଣାପଡିଛି । ମନ୍ଦିର ବେଢା ପରିକ୍ରମା ସହ ମନ୍ଦିରକୁ  ଛୁଇଁ ମୁ୍‌ଣ୍ଡିଆ ମରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏନେଇ ପୋଲିସ ମନା କରିବାରୁ ପୋଲିସ ସହ ବିଦେଶୀ ପର୍ଯ୍ୟଟକଙ୍କ କଥା କଟାକଟି ଯାଏଁ କଥା ଯାଇଥିଲା । ମା’ଙ୍କ ମନ୍ଦିରକୁ ବିଦେଶୀ ପ୍ରବେଶ କଟକଣା ଥିଲେ ବି ଏଭଳି ଘଟଣାରେ ମନ୍ଦିର ପୂଜକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe