କନକ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ । ୮ରୁ ୧୦ ଜଣ ବିଦେଶୀ ମହିଳା ଓ ପୁରୁଷ ମନ୍ଦିର ଭିତରକୁ ପଶିଥିବା ଜଣାପଡିଛି । ମନ୍ଦିର ବେଢା ପରିକ୍ରମା ସହ ମନ୍ଦିରକୁ ଛୁଇଁ ମୁ୍ଣ୍ଡିଆ ମରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏନେଇ ପୋଲିସ ମନା କରିବାରୁ ପୋଲିସ ସହ ବିଦେଶୀ ପର୍ଯ୍ୟଟକଙ୍କ କଥା କଟାକଟି ଯାଏଁ କଥା ଯାଇଥିଲା । ମା’ଙ୍କ ମନ୍ଦିରକୁ ବିଦେଶୀ ପ୍ରବେଶ କଟକଣା ଥିଲେ ବି ଏଭଳି ଘଟଣାରେ ମନ୍ଦିର ପୂଜକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।
ମା’ ବିରଜାଙ୍କ ପୀଠରେ ଧସେଇ ପଶିଲେ ବିଦେଶୀ ; ମନ୍ଦିର ବେଢା ପରିକ୍ରମା କଲେ
ଯାଜପୁର ବିରଜା ପୀଠରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ । ୮ରୁ ୧୦ ମହିଳା ଓ ପୁରୁଷ ମନ୍ଦିରରେ ପଶି କଲେ ବେଢା ପରିକ୍ରମା, ମନ୍ଦିରକୁ ଛୁଇଁ ମାରିଲେ ମୁଣ୍ଡିଆ।
/kanak/media/media_files/2025/03/30/qvtqkeoRStLcZxSJvJ8n.jpg)