କନକବ୍ୟୁରୋ : ବିଶ୍ବ ଜାଣିବ ଅପରେସନ୍ ସିନ୍ଦୂର ର ସନ୍ଦେଶ  । ଆଜି ବିଦେଶ ଯାଇଛନ୍ତି ୨ଟି ପ୍ରତିନିଧି ମଣ୍ଡଳୀ । ଜେଡିୟୁ ସାଂସଦ ସଞ୍ଜୟ ଝା ଓ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ଆଜି ବିଦେଶ ଗସ୍ତ କରିଛନ୍ତି ।  

Advertisment

ସଞ୍ଜୟ ଝାଙ୍କ ନେତୃତ୍ବରେ ଟିମ୍ ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଯାଇଛନ୍ତି । ଏହି ଟିମ୍‌ରେ ସାଂସଦ ଅପରାଜିତା ଷଡଙ୍ଗୀ, ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପରି ସାଂସଦ ରହିଛନ୍ତି । ସେହିପରି ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ୟୁଏଇ, ଲାଇବେରିଆ ଯାଇଛନ୍ତି ଆସନ୍ତାକାଲି କାନିମୋଝୀଙ୍କ ନେତୃତ୍ବରେ ଟିମ୍ ବିଦେଶ ଗସ୍ତରେ ଯିବ ।

ଏହି ଟିମ୍ ପ୍ରଥମେ ଋଷ ଯିବ । ଏହା ପରେ ସ୍ଲୋଭାନିଆ, ଗ୍ରୀସ୍ ଓ ଲାବ୍ୟା ଯିବ । ଅପରେସନ ସିନ୍ଦୂର ସମ୍ବନ୍ଧରେ ଅର୍ନ୍ତଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ ହେଉଛି । ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ରାଷ୍ଟ୍ରଙ୍କୁ ଅବଗତ କରାଯିବ । ଏଥିପାଇଁ ୭ ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଛି ।