କନକ ବ୍ୟୁରୋ: ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବନ୍ଦ ହୋଇଯାଇଛି ପିଏସଏଲ୍ । ଅନେକ ବିଦେଶ ଖେଳାଳି ପିଏସଏଲ ଖେଳିବାକୁ ପାକିସ୍ତାନ ଯାଇଥିଲେ । ହେଲେ ଭାରତ ଗତ ମେ’ ୭ ପାକିସ୍ତାନର ବିଭିନ୍ନ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଆଉ ପାକିସ୍ତାନର କିଛି ଅଞ୍ଚଳକୁ ଧ୍ୱଂସ କରିଦେଇଥିଲା । କେବଳ ସେତିକି ନୁହେଁ ଭାରତର ଡ୍ରୋନ ଆଟାକରେ ଭାଙ୍ଗିଯାଇଥିଲା ରାଓ୍ୱଲପିଣ୍ଡି ଷ୍ଟାଡିୟମର କିଛି ଅଂଶ । ପାକିସ୍ତାନ ଉପରେ ଭାରତର ପ୍ରହାର ଦେଖି ଭୟଭୀତ ହୋଇଯାଇଥିଲେ ପିଏସଏଲ ଖେଳିବାକୁ ଯାଇଥିବା ବିଦେଶୀ ଖେଳାଳି । ବାଂଲାଦେଶର ଲେଗ୍ ସ୍ପିନର ରିସାଦ ହୁସେନ ପାକିସ୍ତାନ ସୁପର ଲିଗ୍ ସମୟରେ ଖେଳାଳିଙ୍କ ଭିତରେ ଥିବା ଭୟର ବାତାବରଣକୁ ଖୁଲାସା କରିଛନ୍ତି । 

Advertisment

ରିସାଦ କହିଛନ୍ତି, ପିଏସଏଲ ସ୍ଥଗିତ ହେବା ପରେ ଆମେ ଦୁବାଇ ଯାଇ ଆଶ୍ୱସ୍ତ ହୋଇଥିଲୁ । ସମସ୍ତ ବିଦେଶୀ ଖେଳାଳି ଭୟଭୀତ ଥିଲେ । ସାମ ବିଲିଙ୍ଗସ, ଡେରିଲ ମିଚେଲ, କୁଶଲ ପରେରା, ଡେଭିଡ ବିସେ, ଟମ କରନ ସମସ୍ତଙ୍କ ମନରେ ଭୟରେ ବାତାବରଣ । ଦୁବାଇରେ ଓହ୍ଲାଇବା ପରେ ଡେରିଲ ମିଚେଲ ମୋତେ କହିଥିଲେ ସେ ଆଉ କେବେ ବି ପାକିସ୍ତାନ ଆସିବେନି । ଖାସ କରି ଏଭଳି ପରିସ୍ଥିତିରେ । 

ସେହିପରି ଇଂଲଣ୍ଡ କ୍ରିକେଟର ଟମ୍ କରନ ସବୁଠାରୁ ଅଧିକ ଭୟଭୀତ ଥିଲେ । ଏମିତିକି ସେ ହୁର୍ଦ୍ଦଶାକୁ ମନେପକାଇ କାନ୍ଦି ପକାଇଥିଲେ । ରିସାଦ କହିଥିଲେ କି ଟମ୍ ଦୁବାଇ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ, ହେଲେ ଏୟାରପୋର୍ଟ ବନ୍ଦ ହୋଇଯାଇଥିଲା । ଏହାପରେ ସେ ଛୋଟ ପିଲାଙ୍କ ପରି କାନ୍ଦିଥିଲେ । ତାଙ୍କୁ ସମ୍ଭାଳିବାକୁ ୨/୩ ଜଣଙ୍କ ଆବଶ୍ୟକତା ପଡ଼ିଥିଲା । 

ଲେଗ ସ୍ପିନର ରିସାଦ ହୁସେନ ଓ ଦ୍ରୁତ ବୋଲର ନାହିଦ ରାଣା ପିଏସଏଲ ୨୦୨୫ରେ ଭାଗ ନେଇଥିବା ଦୁଇ ବାଂଲାଦେଶୀ ଖେଳାଳି । ରିସାଦ କହିଥିଲେ କି, ନାହିଦ ରାଣା ବହୁତ ଶାନ୍ତ ଥିଲେ । ମୁଁ ତାଙ୍କୁ ଲଗାତାର କହିଚାଲିଥିଲି କି ଟେନସନ ନିଅନି ଆମର କିଛି ହେବନି । ଆମେ ସୁରକ୍ଷିତ ଦୁବାଇରେ ପହଞ୍ଚିଯିବୁ । ଦୁବାଇ ପହଞ୍ଚିବା ପରେ ଜଣା ପଡ଼ିଥିଲା ଏୟାର ବେସରୁ ଆମେ ଉଡାଣ ଭରିବାର ୨୦ ମିନିଟ ପରେ ସେଠାରେ ମିସାଇଲ ଆଟାକ ହୋଇଥିଲା । ଏହି ଖବର ବହୁତ ଭୟାନକ ଆଉ ଦୁଃଖଦ ଥିଲା । ମୋ ପରିବାର ଅନେକ ରାତି ନଖାଇ ନଶୋଇ କଟାଇଛନ୍ତି । ଯେତେବେଳେ ସେମାନେ ଜାଣିବାକୁ ପାଇଲେ ପାକିସ୍ତାନର କିଛି ସ୍ଥାନରେ ବିସ୍ଫୋରଣ ହେଉଛି ସେତେବେଳେ ସେମାନେ ମୋତେ ନେଇ ବହୁତ ଚିନ୍ତାରେ ଥିଲେ । 

ପିଏସଏଲ ୨୦୨୫ର ଆରମ୍ଭ ଏପ୍ରିଲ ୧୧ ତାରିଖରେ ହୋଇଥିଲା । ଆଇପିଏଲ ମେଗା ନିଲାମୀ ପରେ ପିଏସଏଲ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହାର କାରଣ ଥିଲା ଆଇପିଏଲରେ ଅନସୋଲ୍ଡ ଖେଳାଳିଙ୍କୁ କିଣାଯିବା ପାଇଁ । ହେଲେ ଯୁଦ୍ଧ କାରଣରୁ ପାକିସ୍ତାନରେ ପିଏସଏଲ ସ୍ଥଗିତ ରହିଥିଲା । ମେ ୮ ତାରିଖରେ ରାଓ୍ୱଲପିଣ୍ଡି ଷ୍ଟାଡିୟମରେ ଭାରତ ଦ୍ବାରା ଡ୍ରୋନ ଆଟାକ୍ ପରେ ପିସିବି ଦୁବାଇରେ ପିଏସଏଲ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଦୁବାଇ ଏଥିପାଇଁ ଅନୁମତି ଦେଇନଥିଲା । ହେଲେ ଆଇପିଏଲ ସ୍ଥଗିତ ହେବା ପରେ ଇସିବି ଭାରତକୁ ଅଫର ଦେଇଥିଲା କି ତାଙ୍କ ଦେଶରେ ଆଇପିଏଲ ଆୟୋଜନ କରିବାକୁ ।