ପାକିସ୍ତାନକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ କଡ଼ା ଜବାବ ,କହିଲେ ଶେଷ ହୋଇଛି ଆଲୋଚନାର ସମୟ । ଦୋମୁଁହା ନୀତିକୁ କଲେ ସମାଲୋଚନା

Advertisment

ପାକିସ୍ତାନ ସହ ଆଲୋଚନାର ସମୟ ଶେଷ, ଏବେ ଅପେକ୍ଷା ସମୟକୁ। ଗୋଟିଏ ପଟେ ଅକ୍ଟୋବରରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଆସିଛି।

ପାକିସ୍ତାନ ସହ ଆଲୋଚନାର ସମୟ ଶେଷ, ଏବେ ଅପେକ୍ଷା ସମୟକୁ। ଗୋଟିଏ ପଟେ ଅକ୍ଟୋବରରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଆସିଛି।

pakistan1

କନକବ୍ୟୁରୋ: ପାକିସ୍ତାନ ସହ ଆଲୋଚନାର ସମୟ ଶେଷ, ଏବେ ଅପେକ୍ଷା ସମୟକୁ। ଗୋଟିଏ ପଟେ ଅକ୍ଟୋବରରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଆସିଛି। ଠିକ୍ ଏହି ସମୟରେ ପୁଣିଥରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପଡୋଶୀ ଦେଶ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ପଡୋଶୀ ଦେଶ ସହ କଥାବାର୍ତ୍ତାର ଯୁଗ ଶେଷ ହୋଇସାରିଥିବା ବେଳେ ସମ୍ପର୍କକୁ କିପରି କଳ୍ପନା କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ଅନେକ ଥର ପାକିସ୍ତାନ ସହ ଆଲୋଚନା କରିବା ଭାରତ ଚେଷ୍ଟା କରିଥିଲେ ମଧ୍ୟ ଆତଙ୍କବାଦକୁ ନେଇ ପାକିସ୍ତାନର ଦୋମୁହାଁ ନୀତି ଯୋଗୁ ଏହା ସଫଳ ହୋଇପାରିନାହିଁ। ଭାରତ ସହ ଆଲୋଚନା କରିବାକୁ ଚାହୁଁଥିଲେ ପଡୋଶୀ ପାକିସ୍ତାନକୁ ଏହାର ନୀତି ଉପରେ ପୁନର୍ବିଚାର କରିବାକୁ ହେବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଅକ୍ଟୋବରରେ ପାକିସ୍ତାନରେ ହେବାକୁ ଥିବା ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଆସିବା ପରେ ପଡୋଶୀ ଦେଶ ପ୍ରତି ବୈଦେଶିକ ମନ୍ତ୍ରୀଙ୍କ ଏଭଳି କଡ଼ା ଆଭିମୁଖ୍ୟ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଚରମସୀମାରେ ପହଁଚିଥିବା ଦର୍ଶାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe