କନକବ୍ୟୁରୋ :  ନିଜ ପରିଶ୍ରମ, ଏକାଗ୍ରତା ଓ ଆତ୍ମବିଶ୍ବାସ ଯୋଗୁ  ଆଜି ଜଣେ ସଫଳ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି । ନିଜ କୃଷି ଉଦ୍ୟାନରେ ଜୈବିକ ପଦ୍ଧତିକୁ ଆଧାର କରି ବିରଳ ମିଆଜାକି ଆମ୍ବ ସହ ଅନେକ ପନିପରିବା, ଫଳ, କୁକୁଡ଼ା, ମାଛ ଚାଷ କରିଛନ୍ତି । ଏଥିରେ ନିଜେ ରୋଜଗାର କ୍ଷମ ହେବା ସହ ଗାଁର ଅନ୍ୟ ଲୋକଙ୍କୁ ରୋଜଗାର ଦେଇଛନ୍ତି । ସେମିତି ଜଣେ ସଫଳ ଉଦ୍ୟୋଗୀ ହେଉଛନ୍ତି ଢେଙ୍କାନାଳ ସରଖିଆ ଗାଁର ଗୀତାଞ୍ଜଳୀ ବେହେରା ।

Advertisment

ଫଳର ରାଜା ଆମ୍ବ ଆଉ ଆମ୍ବ ପ୍ରଜାତି ମାନଙ୍କ ମଧ୍ୟରେ ରାଜା ମିଆଜାକି ଆମ୍ବ । ଯାହାର ବଜାର ମୂଲ୍ୟ ଥାଇଲାଣ୍ଡ ଓ ଜାପାନ ଭଳି ଦେଶରେ ଲକ୍ଷେ ଟଙ୍କା ଉପରେ । ଏଭଳି ଏକ ବିରଳ ପ୍ରଜାତିର ଆମ୍ବକୁ ନିଜ ବଗିଚାରେ ଫଳାଇଛନ୍ତି ଢ଼େଙ୍କାନାଳ ସାରଖିଆ ଗାଁର ଗୀତାଞ୍ଜଳି ବେହେରା ।  ଖାଲି ମିଆଜାକି ଆମ୍ବ ନୁହେଁ, କାଶ୍ମୀର କୋଳି, ଡ୍ରାଗନ ଫ୍ରୁଟ, ଲେମ୍ବୁ, ନାଗପୁର କମଳା, ଅଙ୍ଗୁର, ଚେରୀ , ଆଦି ନିଜ କୃଷି ଉଦ୍ୟାନରେ ଚାଷ କରିଛନ୍ତି ଗୀତାଞ୍ଜଳୀ ।  

ଏଥି ସହିତ ମକା, ଭେଣ୍ଡି, ବାଇଗଣ, ଅମୃତଭଣ୍ଡା ଭଳି ପନିପରିବା ଏବଂ ଗୁଆ, ନଡ଼ିଆ ମଧ୍ୟ ଚାଷ କରାଯାଇଛି । ସୋନାଲି ପ୍ରଜାତିର ଦେଶୀ କୁକୁଡ଼ା ସହ ୨ଟି ପୋଖରୀରେ ମାଛ ଚାଷ କରିଛନ୍ତି ଗୀତାଞ୍ଜଳୀ  । ଗୀତାଞ୍ଜଳୀଙ୍କ ବହୁବିଧ କୃଷି ଉଦ୍ୟାନରୁ ବାର୍ଷିକ ପାଖାପାଖି ୨୫ ଲକ୍ଷ ଟଙ୍କା ରୋଜଗାର ହେଉଛି  l  ଏଥି ସହିତ ଗାଁର ୫ଟି ପରିବାର ଏହା ଦ୍ବାରା ରୋଜଗାରକ୍ଷମ ହୋଇପାରିଛନ୍ତି। ଢେଙ୍କାନାଳ, ଅନୁଗୁଳ, ତାଳଚେର ଅଞ୍ଚଳରୁ ବେପାରୀ ଆସି ଗୀତୀଞ୍ଜଳୀଙ୍କ କୃଷି ଉଦ୍ୟାନରୁ ପନିପରିବା, ଫଳ ଆଦି କିଣି ବଜାରରେ ବିକ୍ରି କରନ୍ତି ।