କନକ ବ୍ୟୁରୋ: ଲଦାଖ ହିଂସା ପଛରେ ପାକିସ୍ତାନର ହାତ । ଏହି ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଛି । ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଗତ ୨୪ ତାରିଖରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ସୁରକ୍ଷା କର୍ମୀଙ୍କ ସହ ପ୍ରାୟ ୮୦ ଆହତ ହୋଇଥିଲେ ।
ଲଦାଖ ହିଂସାରେ ପାକିସ୍ତାନର ହାତ !
ସବୁ ଦିଗରୁ ଆରମ୍ଭ ହେଲା ତଦନ୍ତ
ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଗତ ୨୪ ତାରିଖରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଅଭିଯୋଗ ଅନୁସାରେ, ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ନିର୍ଦ୍ଦେଶରେ ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ। ୪ ଜଣ ପ୍ରାଣ ହରାଇଥିଲେ ଓ ୧୭ ଜଣ ସିଆରପିଏଫ୍ ଯବାନଙ୍କୁ ମିଶାଇ ଆହତ ହୋଇଥିଲେ ପ୍ରାୟ ୮୦ ଜଣ। ଏହି ହିଂସା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଛି। କାରଣ ଏହା ପୂର୍ବରୁ ୱାଙ୍ଗଚୁକ୍ ପାକିସ୍ତାନ ଯାଇଥିଲେ ।
ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ନିରାପତ୍ତା ଆଇନରେ ଗିରଫ କରି କଡ଼ା ସୁରକ୍ଷାରେ ରାଜସ୍ଥାନର ଯୋଧପୁର ଜେଲକୁ ପଠାଇଦିଆଯାଇଛି। ତାଙ୍କ ଏନଜିଓର ଲାଇସେନ୍ସ କରାଯାଇଛି ରଦ୍ଦ । ସେପଟେ ପୂରା ଲେହ ଲଦାଖରେ ଚତୁର୍ଥ ଦିନ ପାଇଁ କର୍ଫ୍ୟୁ ଜାରି ରହିଛି । ସ୍କୁଲ ଓ କଲେଜ ବନ୍ଦ ଅଛି । ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଦିନକୁ ୩ ଘଣ୍ଟା ପାଇଁ କଫ୍ୟୁ କୋହଳ କରାଯାଉଛି। ଲଦାଖ ହିଂସା ପାଇଁ ରାଜନୈତିକ ଦଳର ନେତା ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି ।
ସେପଟେ ସୋନମ ୱାଙ୍ଗଚୁକଙ୍କ ଗିରଫଦାରିକୁ ନିନ୍ଦା କରିଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ । ସେ ଅଭିଯୋଗ କରିଛନ୍ତି ଯେ ବିନା କାରଣରେ ତାଙ୍କ ସ୍ୱାମୀଙ୍କ ସହ ଜଣେ ଅପରାଧୀ ଭଳି ବ୍ୟବହାର କରାଯାଉଛି । ଆଙ୍ଗମୋ କହିଛନ୍ତି ଯେ ସରକାର ତାଙ୍କ ସ୍ୱାମୀଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ମିଥ୍ୟା ସୂଚନା ପ୍ରସାରଣ କରୁଛନ୍ତି । ।