Photograph: (kanaknews)
କନକବ୍ୟୁରୋ : ଭୁବନେଶ୍ବର ବିମାନବନ୍ଦରରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ ଜବତ । ଦୁବାଇରୁ ବ୍ୟାଗ ଭର୍ତ୍ତି କରି ବିଦେଶୀ ସିଗାରେଟ ଆଣୁଥିଲେ I ଉତ୍ତରପ୍ରଦେଶ ରାମପୁରର ୫ ଜଣକୁ ଅଟକ ରଖି ପଚରା ଉଚରା କରୁଛି ଡିଆର ଆଇ I ସେମାନଙ୍କ ଠାରୁ ୨ଟି ଆଇଫୋନ୍ ୧୭ବି ସିଜ ହୋଇଛି I ବ୍ଲାକ ମାର୍କେଟିଙ୍ଗ ପାଇଁ, ଦୁବାଇରୁ ଭୁବନେଶ୍ୱର ଏମାନେ କ୍ରମାଗତ ଆସୁଥିବା ତଦନ୍ତ ବେଳେ ଜଣା ପଡିଛି I ଭୁବନେଶ୍ୱର ପହଂଚିବା ପରେ କୋଲକାତାକୁ ବାଏ ରୋଡ଼ ଯିବା ପାଇଁ ପ୍ଲାନ କରିଥିଲେ ଅଭିଯୁକ୍ତ I ମୋଟ ୮ ଜଣ ଦୁବାଇରୁ ଭୁବନେଶ୍ୱର ଆସୁଥିବା ବେଳେ ୫ ଜଣଙ୍କୁ ଅଟକ ରଖାଯାଇଛି । ବାକି ୩ ଜଣକ ଠାରୁ ମଧ୍ୟ ବିପୁଳ ମାତ୍ରାରେ ସିଗାରେଟ ମିଳିଛି। କିନ୍ତୁ ସେଗୁଡିକ ସ୍ବଦେଶୀ ସିଗାରେଟ ହୋଇଥିବାରୁ ସେମାନଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ ଓ ଫାଇନ ନଦେବା ପର୍ଯ୍ୟନ୍ତ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖିବ ବୋଲି ଜଣାପଡିଛି I
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ...
Follow Us