କନକ ବ୍ୟୁରୋ: ଢ଼ାକାରେ ଭାରତୀୟ ବୈଦେଶିକମନ୍ତ୍ରାଳୟ ସଚିବ ବିକ୍ରମ ମିସ୍ତ୍ରୀ। ସେଠାରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇ ବାଂଲାଦେଶ ସରକାରଙ୍କ ଉପରେ ଆଲୋଚନା କରିବେ ସଚିବ । ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏହି ସମୟରେ, ଡିସେମ୍ବର ୯ରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ବାଂଲାଦେଶ ଗସ୍ତରେ ଏକ ଦିନିଆ ଗସ୍ତ କରିବେ।ତାଙ୍କର ଏହି ଗସ୍ତ ସମୟରେ ସେ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷ ମହମ୍ମଦ ଜାସିମୁଦ୍ଦିନଙ୍କ ସହ ଏକ ବୈଠକ କରିବେ। ଏହି ସମୟରେ ସେ ଢାକା ସହିତ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତର ଚିନ୍ତାକୁ ଉଠାଇବେ ବୋଲି କୁହାଯାଉଛି।
ବାଂଲାଦେଶରେ ବେଆଇନ ଭାବେ ଗିରଫ ହୋଇଥିବା ହିନ୍ଦୁ ସାଧୁ ଚିନ୍ମୟ କ୍ରିଷ୍ଣା ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ଚିଟ୍ଟାଗଙ୍ଗ ପୁଲିସ। ବର୍ତ୍ତମାନ ସେ ଜେଲରେ ବନ୍ଦୀ ରହିଛନ୍ତି । ପୂର୍ବରୁ ଚିନ୍ମୟ ଦାସ ଏବଂ ତାଙ୍କର ହଜାର ହଜାର ଅନୁଗାମୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଆସନ୍ତା ଜାନୁୟାରୀ ୨ ତାରିଖରେ ଦାସଙ୍କ ଜାମିନ ଆବେଦନର ଶୁଣାଣି କରାଯିବ। ଦାସଙ୍କ ମାମଲାର ଶୁଣାଣଷ ପାଇଁ ଓକିଲ ମିଳୁ ନ ଥିବାରୁ ତାଙ୍କ ଜାମିନ ଆବେଦନର ଶୁଣାଣି ବିଳମ୍ବ ହେଉଛି। ଅନ୍ୟପଟେ କୌଣସି ହିନ୍ଦୁ ଓକିଲ ଯେପରି ଦାସଙ୍କ ମାମଲାର ଶୁଣାଣିରେ ସାମିଲ ନ ହେବେ ସେଥିଲାଗି ୭୦ ହିନ୍ଦୁ ଓକିଲଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଛି ବୋଲି ଅଭିଯୋଗ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/09/yKWD89F9Hs9sjlJHobsE.jpg)