ଟ୍ରମ୍ପଙ୍କ ବିଜୟକୁ ନେଇ ଚିନ୍ତାରେ ନାହିଁ ଭାରତ; ବିଭ୍ରାନ୍ତିକର ପ୍ରଚାର ପରେ ସ୍ପଷ୍ଟ କଲେ ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବଡ଼ ବୟାନ । କହିଲେ ଆମେରିକାକୁ ନେଇ ଚିନ୍ତାରେ ନାହିଁ ଭାରତ । ଟ୍ରମ୍ପଙ୍କ ସହ ମୋଦୀଙ୍କ ରହିଛି ଭଲ ସମ୍ପର୍କ । ନିର୍ବାଚନ ଜିତିବା ପରେ ପ୍ରଥମ ତିନୋଟି କଲ୍‌ରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଥିଲା ଗୋଟିଏ କଲ୍‌ ।

11USA

କନକ ବ୍ୟୁରୋ: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ବିଶ୍ୱରେ ବଢିଛି ରାଜନୈତିକ ଉଷ୍ମତା। ଟ୍ରମ୍ପଙ୍କ ଆଗାମୀ ଯୋଜନାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ । ଏହି ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ କରିଛନ୍ତି କି, ଭାରତ ସେହି ଦେଶ ମଧ୍ୟରୁ ଗୋଟିଏ, ଯିଏ ଆମେରିକାକୁ ନେଇ ଚିନ୍ତିତ ନୁହେଁ । 

ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ସହ ଦୃଢ ସମ୍ପର୍କ ରହିଛି। ଯେତେବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଲେ, ସେତେବେଳେ ତାଙ୍କର ପ୍ରଥମ ତିନୋଟି ଫୋନ୍ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୋଟିଏ ଫୋନ୍ ଆସିଥିଲା । ମୋଦୀ ଅନେକ ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ୱାଶିଂଟନ୍ ଡିସି ଗସ୍ତ କରିଥିଲେ, ବାରାକ ଓବାମା ରାଷ୍ଟ୍ରପତି ଥିଲେ। ଏହା ପରେ ଟ୍ରମ୍ପ ଏବଂ ପରେ ବାଇଡେନ ରାଷ୍ଟ୍ରପତି ହୋଇଥିଲେ । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆଜି ଅନେକ ଦେଶ ଆମେରିକାକୁ ନେଇ ଚିନ୍ତିତ, ହେଲେ କିନ୍ତୁ ଭାରତ ସେମାନଙ୍କ ମଧ୍ୟରେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe