ପାକିସ୍ତାନ ଗସ୍ତରେ ଜୟଶଙ୍କର ; ୯ ବର୍ଷରେ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ

ଆଜି ପାକିସ୍ତାନରେ ପହଞ୍ଚିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏସସିଓ ସମ୍ମିଳନୀରେ ହେବେ ସାମିଲ । ୯ ବର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ ।

5s

କନକ ବ୍ୟୁରୋ: ଆଜି ପାକିସ୍ତାନରେ ପହଞ୍ଚିବେ ଭାରତର ବୈଦେଶୀକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ୯ ବର୍ଷ ପରେ ଏହା ହେବ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ । ପାକିସ୍ତାନରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ସାମିଲ ହେବେ ଜୟଶଙ୍କର । 

ଏହି ଗସ୍ତକୁ  ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ । ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ । ତେବେ ଏହି ଗସ୍ତ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି । 

ଏହାପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଗସ୍ତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe