କନକ ବ୍ୟୁରୋ : ଦୀର୍ଘବର୍ଷ ହେବ ପୁରୀ ଶ୍ରୀମନ୍ଦିର ଓ ବିଶାଳ ବେଳାଭୂମି ପଶ୍ଚିମବଂଙ୍ଗ ପର୍ଯ୍ୟଟକଙ୍କୁ  ବାନ୍ଧି ରଖିଛି। ରଥଯାତ୍ରା ହେଉ ବା ପ୍ରତିଦନି ପୁରୀରେ ଜମେ ଶହଶହ ପଶ୍ଚିମବଂଙ୍ଗ ଶ୍ରଦ୍ଦାଳୁଙ୍କ ଭିଡ କିନ୍ତୁ ଆସନ୍ତା ବର୍ଷ ଠାରୁ ରଥଯାତ୍ରାର ଚିତ୍ର କିଛି ଭିନ୍ନ ହୋଇପାରେ । କାରଣ ଦୀଘାରେ ନିର୍ମାଣ ହେବାକୁ ଯାଉଛି ବିଶାଳ ଜଗନ୍ନାଥ ମନ୍ଦିର ,ଯାହା ଅବିକଳ ପୁରୀ ଜଗନ୍ନାଇଙ୍କ ମନ୍ଦିର ରୁପେ ଗଢାଯାଉଛି । ମମତା ସରକାର ୨୦୧୯ରେ ଆରମ୍ଭ କରିଥିଲେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୨୨ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଛି। ପ୍ରଶ୍ନ ଉଠୁଛି ଦୀଘା ମନ୍ଦିର ପାଇଁ ପୁରୀରେ ପର୍ଯ୍ୟଟନ ମାଡ ଖାଇଯିବନି ତ? ପଶ୍ଚିମବଂଙ୍ଗର ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିବେ ତ? ଯଦି ଏପରି ହୁଏ ବେଶି କ୍ଷତି ସହିବେ ହୋଟେଲ ବ୍ୟବସାୟୀ । ପୁରୀକୁ କାଉଂଣ୍ଟର କରି ମମତା ବାନାର୍ଜୀ ଖେଳିଲେ ‘ଜଗନ୍ନାଥ’ କାର୍ଡ। ମନ୍ଦିର ପୂର୍ଣ୍ଣ ହେଲେ ବାଂଲାଦେଶର ହିନ୍ଦୁ ଭକ୍ତମାନେ ବହୁ ସଂଖ୍ୟାରେ ଦୀଘା ଆସିବେ ,କାରଣ କୋଲାକାତା-ଢାକାକୁ ବସ ଓ ଟ୍ରେନ ଯୋଗାଯୋଗର ବ୍ୟବସ୍ତା ରହିଛି ।

Advertisment

 ଅକ୍ଷୟ ତୃତୀୟା ଦିନ ଉଦଘାଟିତ ହେବ ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ରାଜ୍ୟ ସରକାର ଅକ୍ଷୟ ତୃତୀୟା ଅବସରରେ ଦୀଘାରେ ଜଗନ୍ନାଥ ମନ୍ଦିର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର ଭଳି ଦୀଘା ମନ୍ଦିରରେ ମଧ୍ୟ ଏକ ବାନା ରହିବ । ଶ୍ରମନ୍ଦିରରେ ବାନା ବାଦ୍ଧୁଥିବା ସେବାୟତଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାବର୍ଷ ରଥ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରଥଯାତ୍ରାରେ ବ୍ୟବହୃତ ସୁନା ଝାଡ଼ୁ ପାଇଁ ନିଜ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଦୀଘାର ଜଗନ୍ନାଥ ମନ୍ଦିରକୁ ପୁରୀ ସହ ତୁଳନାକୁ ମନା କଲେ ମମତା ପୁରୀର ଏହି ମନ୍ଦିର ରାଜାଙ୍କ ସମୟରେ ନିର୍ମିତ ହୋଇଥିଲା । ଦୀଘା ମନ୍ଦିରକୁ ରାଜ୍ୟ ସରକାର ନିର୍ମାଣ କରିଛନ୍ତି । ସମ୍ପୂର୍ଣ୍ଣ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ବୋଲି ମମତା କହିଥିଲେ।

ଦୀଘା ଜଗନ୍ନାଥ ମନ୍ଦିରର ବିଶେଷତ୍ୱ କ'ଣ? ୨୦୦ ଏକର ଜମିରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି। ୯୦ ପ୍ରତିଶତ କାମ ଶେଷ ହୋଇଛି। ଅବଶିଷ୍ଟ କାର୍ୟ୍ୟ ୩ ମାସ ମଧ୍ୟରେ ଶେଷ ହେବ। ମହାପ୍ରଭୁଙ୍କ କାଠ ଓ ପଥର ମୂର୍ତ୍ତି ରହିବ। ମନ୍ଦିର ପ୍ରବେଶ ଦ୍ୱାରରେ ଚୈତନ୍ୟ ଦେବଙ୍କ ମୂର୍ତ୍ତି ସ୍ଥାପନ କରାଯିବ।  ପ୍ରବେଶ ଦ୍ୱାରର ନାମ ହେବ 'ଚୈତନ୍ୟ ଦ୍ୱାର ଜଗନ୍ନାଥ ଧାମ'

ବର୍ଷ ବର୍ଷ ଧରି ଶ୍ରୀକ୍ଷେତ୍ର ରଥଯାତ୍ରା ପଶଚତ୍ମ ବଂଘଙ୍ଗ ଶ୍ରଦ୍ଦାଳୁଙ୍କ ମନରେ ଆସ୍ଥା ବାଦ୍ଦିରଖିଛି।   ଆଗକୁ ଦୀଘା ଜଭନନାଥ ମନ୍ଦିର ପ୍ରତିଷ୍ଠା ହେବା ପରେ ପୁରୀରେ ଭକ୍ତଙ୍କ ସଂଖ୍ୟା କମିବା ନା ପୂର୍ବ ପରି ବଢିବ ତାହା ସମୟ କହିବ